Site icon Odisha.com

ଭଦ୍ରକ: ସହାୟତା ଅପେକ୍ଷାରେ ଅଗ୍ନିବିପନ୍ନ ଗ୍ରାମବାସୀ

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ମାର୍ଚ୍ଚ ୩(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ଜିଲ୍ଲା ବହୁରଡ଼ା ପଞ୍ଚାୟତ ବେଲମଳା ଗାଁରେ ଅଗ୍ନିକାଣ୍ଡ ହେବାର ଦୀର୍ଘଦିନ ପରେ ମଧ୍ୟ ଅଗ୍ନି ବିପନ୍ନମାନେ ସହାୟତା ଅପେକ୍ଷାରେ ରହିଛନ୍ତି ।

ଗତ ୪ ତାରିଖ ଏହି ଗ୍ରାମର ସେଠୀ ସାହିରେ ଘଟିଥିବା ଅଗ୍ନିକାଣ୍ଡରେ ୧୨ଟି ପରିବାରର ୨୪ବଖରା ଘର ସଂପୂର୍ଣ୍ଣ ପୋଡ଼ି ଯିବା ସହ ପ୍ରାୟ୫୦ଲକ୍ଷ ଟଙ୍କାର କ୍ଷତି ହୋଇଥିଲା ।

ତେବେ ଅଗ୍ନିକାଣ୍ଡ ପରେ ସ୍ଥାନୀୟ ତହସିଲାର ଏବଂ ଆରଆଇ ଅଗ୍ନିକାଣ୍ଡର ତଦନ୍ତ କରି ନିଜ ରିପୋର୍ଟରେ କ୍ଷୟକ୍ଷତିର ପରିମାଣକୁ ଆଶିଂକ ବୋଲି ଦର୍ଶାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଫଳରେ ଅଗ୍ନି ବିପନ୍ନଙ୍କୁ ମାତ୍ର ୨ହଜାର ୫ଶହ ଟଙ୍କାର ଅନୁକମ୍ପାମୂଳକ ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଥିଲେ ମଧ୍ୟ ବିପନ୍ନ ପରିବାର ସହାୟତା ରାଶି ଗ୍ରହଣ କରିବାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।

କ୍ଷତିପୂରଣ ଆକଳନରେ ତୃଟି ଥିବା ଦର୍ଶାଇ ଲୋକମାନେ ଏହାର ବିଧିବଦ୍ଧ ତଦନ୍ତ କରିବା, ବିପନ୍ନଙ୍କୁ କ୍ଷତିପୂରଣ ଦାବୀକରିବା ସହ ଅନଶନର ଚେତାବନୀ ଦେବାପରେ ଉପ ଜିଲ୍ଲାପାଳ କ୍ଷୟକ୍ଷତିର ପୁନଃ ଆକଳନ ପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version