Site icon Odisha.com

ଶିକ୍ଷାର ଗୁଣାତ୍ମକ ମାନ ପ୍ରତି ଗୁରୁତ୍ୱ ଜରୁରୀ: ଉପରାଷ୍ଟ୍ରପତି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୨(ଓଡ଼ିଶା ଡ଼ଟ୍ କମ୍) ଶିକ୍ଷାର ଗୁଣାତ୍ମକ ମାନ ପ୍ରତି ଗୁରୁତ୍ୱ ଦେବାକୁ ପଡ଼ିବ, ଶୁକ୍ରବାର ଭୁବନେଶ୍ୱରରେ ଉକ୍ତଳ ବିଶ୍ୱବି୍ୟାଳୟର ସମାବର୍ତନ ଉସ୍ଚବରେ ଯୋଗଦେଇ ଉପରାଷ୍ଟ୍ରପତି ମହମ୍ମଦ ହମିଦ ଅନ୍ସାରୀ କହିଛନ୍ତି ।

ଶେଷରେ ଅର୍ଥନୈତିକ ଓ ସାମାଜିକ ବିକାଶ ପାଇଁ ଛାତ୍ରଛାତ୍ରୀ ମାନେ ଗୁଣାତ୍ମକ ଶିକ୍ଷା ଗ୍ରହଣ କରିବା ଉଚିତ୍ ,ବୋଲି ସେ କହିଛନ୍ତି । ଗତ ଦଶନ୍ଧି ଧରି ସର୍ବଶିକ୍ଷା ଅଭିଯାନ ସଫଳତା ହାସଲ କରିଛି ।

ଘରୋଇ ସ୍କୁଲ ଗୁଡ଼ିକ ସହ ସରକାରୀ ସ୍କୁଲ ଗୁଡ଼ିକ ତାଳ ଦେଇ ଚାଲିବାକୁ ପଡ଼ିବ ବୋଲି ନିଜ ଅଭିଭାଷଣରେ ସେ କହିଛନ୍ତି ।

ବିଦ୍ୟାଳୟରେ ଶ୍ରେଣୀ ଗୃହରୁ ଦୁରେଇ ଯାଇ ଛାତ୍ରଛାତ୍ରୀମାନେ ଟୁ୍ୟସନ ଓ କୋଚିଂ ପ୍ରତି ଆକୃଷ୍ଟ ହେଉଥିବାରୁ ସେ ଏହାକୁ ସମାଲୋଚନା କରିଛନ୍ତି । ଶିକ୍ଷା ବ୍ୟବସ୍ଥାକୁ ରାଜନୀତି ଠାରୁ ଦୁରେଇ ରଖିବା ସହ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଅଧିକ ଅର୍ଥ ବ୍ୟବସ୍ଥା ହେବା ଦରକାର ବୋଲି ସେ କହିଛନ୍ତି ।

ସମାବର୍ତନ ଉସ୍ଚବରେ ଯୋଗ ଦେବା ପରେ ଉପରାଷ୍ଟ୍ରପତି ନୂଆଦିଲ୍ଲୀ ପ୍ରତ୍ୟାବର୍ତନ କରିଛନ୍ତି ।

ଏହି ଅବସରରେ ୧୯୨ ଜଣଙ୍କୁ ଡ଼କ୍ଟରେଟ୍, ୯୧ ଜଣ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ, ଦଶ ଜଣଙ୍କୁ ଅର୍ଥରାଶି ଏବଂ ଛଅ ଜଣଙ୍କୁ ଅନରାରୀ ଡ଼କ୍ଟରେଡ଼ ଉପାଧୀ ପ୍ରଦାନ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version