Site icon Odisha.com

ଆଦିବାସୀଙ୍କ ଫଟୋ ଉଠାଇବା ନେଇ ମାମଲା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୩(ଓଡ଼ିଶା ଡ଼ଟ୍ କମ୍) ରାୟଗଡ଼ା ଜିଲ୍ଲାରେ କେତେକ ବିଦେଶୀ ପର୍ଯ୍ୟଟକ ଆଦିମ ଅଧିବାସୀଙ୍କ ଫଟୋ ଉଠାଇଥିବା ଘଟଣା ପରେ ଶନିବାର ଦୁଇ ଜଣ ଟୁର ଅପରେଟରଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିବା ପୋଲିସ କହିଛି ।

ଜିଲ୍ଲାର ଚଟିକୋଣା ଠାରେ ବିଦେଶୀମାନେ ଆଦିବାସୀଙ୍କ ଫଟୋ ଉଠାଉଥିବା ଦୃଶ୍ୟ ଏକ ସ୍ଥାନୀୟ ଟିଭି ଚ୍ୟାନେଲରେ ପ୍ରସାରିତ ହେବା ପରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ମାଲକାନଗିରି ଜିଲ୍ଲାରେ ଟୁର ଅପରେଟରଙ୍କ ଦ୍ୱାରାବଣ୍ଡା ଆଦିବାସୀଙ୍କ ଫଟୋ ବ୍ୟବହାର କରାଯାଇ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରାଯାଉଥିବା ଖବର ପ୍ରକାଶ ପାଇବା ପରେ ସରକାର ଆଦିମ ଅଧିବାସୀଙ୍କ ଫଟୋ ଉଠାଇବା ଉପରେ କଟକଣା ଜାରି କରିଥିଲେ ।

ଦୁଇ ଜଣ ଟୁର ଅପରେଟରଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି ଏବଂ ପରବର୍ତୀ ତଦନ୍ତ ଜାରି ରହିଛି ବୋଲି ଜିଲ୍ଲା ପୋଲିସ ମୁଖ୍ୟ ଅନୂପ କ୍ରୀଷ୍ଣା ଓଡ଼ିଶା ଡ଼ଟ୍ କମ୍କୁ କହିଛନ୍ତି ।

ଗତ ସପ୍ତାହରେ ଏନେଇ ସରକାର ଆଦିମ ଅଧିବାସୀ ଅଂଚଳକୁ ବିଦେଶୀ ପର୍ଯ୍ୟଟକ ଏବଂ ଗବେଷକଙ୍କ ପରିଦର୍ଶନ ଉପରେ ନଜର ରଖିବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version