Site icon Odisha.com

କେନ୍ଦୁଝର: ହତ୍ୟା ଅଭିଯୁକ୍ତକୁ ମୃତ୍ୟୁଦଣ୍ଡ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କେନ୍ଦୁଝର, ମାର୍ଚ୍ଚ ୩(ଓଡ଼ିଶା ଡ଼ଟ୍ କମ୍) କେନ୍ଦୁଝର ଜିଲ୍ଲାରେ ଏକ ହତ୍ୟା ମାମଲାର ବିଚାର କରି ସ୍ଥାନୀୟ ଅଦାଲତ ଶନିବାର ଜଣେ ବ୍ୟକ୍ତିକୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଛନ୍ତି ।

କେନ୍ଦୁଝର ନୟାକୋଟ ଥାନା ଅନ୍ତର୍ଗତ ଭାଣ୍ଡିଆଡିହି ଗ୍ରାମର ଶୁକବେ ପଲେଇ ନାମକ ଜଣେ ବ୍ୟକ୍ତି
ଗୁଣିଗାରେଡି ସନ୍ଦେହରେ ଗତ ୨୦୦୯ ଡିସେମ୍ବର ୧୦ରେ ସେହି ଗ୍ରାମର ତିନି ଜଣଙ୍କୁ ଅତି ନିର୍ମମ
ଭାବେ ହତ୍ୟା କରିଥିଲା ।

ଏହି ମାମଲାର ଶୁଣାଣି କରି ଜିଲ୍ଲା ଦୌରାଜଜ୍ ଅଭିଯୁକ୍ତକୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version