Site icon Odisha.com

ଦ୍ୱାରିକା ମୋହନ ମିଶ୍ର ଆଇସିସିଆର୍ କମିଟିକୁ ମନୋନୀତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୩(ଓଡ଼ିଶା ଡ଼ଟ୍ କମ୍) ବିଶିଷ୍ଟ ଶ୍ରମିକ ନେତା ସାମ୍ବାଦିକ ତଥା ବହୁ ଇଂରାଜୀ ଓ ଓଡ଼ିଆ ଆଧ୍ୟାତ୍ମିକ ପୁସ୍ତକର ରଚୟିତା ଦ୍ୱାରିକା ମୋହନ ମିଶ୍ର କାଉନସିଲ୍ ଫର୍ କଲ୍ଚରାଲ ରିଲେସନ୍ (ଆଇସିସିଆର୍) ଉପଦେଷ୍ଟା କମିଟି ସଦସ୍ୟ ଭାବେ ନନୋନୀତ ହୋଇଛନ୍ତି ।

କଳା ସହିତ୍ୟ ତଥା ସାମାଜିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତି ବିଶେଷଙ୍କୁ ଏହାର ଉପଦେଷ୍ଟା କମିଟିକୁ ସଦସ୍ୟ ଭାବେ ମନୋନୀତ କରାଯାଇଥାଏ ।

ମିଶ୍ରଙ୍କୁ ଏହି କମିଟିର ସଦସ୍ୟ ଭାବେ ମନୋନୀତ କରାଯାଇଛି ବୋଲି ଗତ ମାସ ୯ ତାରିଖରେ
ବୈଦେଶିକ ମନ୍ତ୍ରାଳୟର ଅତିରିକ୍ତ ସଚିବ ସୁରେଶ ଗୋଏଲ ପତ୍ରଦ୍ୱାରା ଜଣାଇଛନ୍ତି ।

ମିଶ୍ର ଜଣେ ଦକ୍ଷ ଶ୍ରମିକ ସଂଗଠକ, ସମାଜସେବୀ ତଥା ସାମାଜିକ ଓ ରାଜନୈତିକ ପ୍ରସଙ୍ଗର ଲେଖକ
ଭାବରେ ରାଜ୍ୟରେ ସୁପରିଚିତ ।

ଏହା ପୂର୍ବରୁ ସେ ବହୁ ସାଂଗଠାନିକ ପଦବୀରେ ରହିଥିବା ବେଳେ ଜଣେ ଛାତ୍ର ନେତା ହିସାବରେ ସେ
ଭାରତୀୟ ଛାତ୍ର ସଂଗଠନରାଜ୍ୟ ଶାଖା ସଭାପତି ଭାବରେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ ।

ରାଜ୍ୟ ତଥା ଜାତୀୟ ସ୍ତରରେ ଶ୍ରମିକଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ଦାସ ଦୀର୍ଘ ୪୫ ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି
କାର୍ଯ୍ୟ କରିଆସିଛନ୍ତି । ଆସନ୍ତା ଦୁଇ ବର୍ଷ ପାଇଁ ମିଶ୍ର ଏହି ଉପଷ୍ଟୋ କମିଟି ସଦସ୍ୟ ଭାବେ ପ୍ରତିନିଧିତ୍ୱ କରିବେ ।

ଓଡ଼ିଡ଼ଟ୍ କମ୍

Exit mobile version