Site icon Odisha.com

ଡ଼କାୟତି ମାମଲାରେ ୫ ଇଞ୍ଜିନିୟରିଂ ଛାତ୍ର ଗିରଫ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୪(ଓଡ଼ିଶା ଡ଼ଟ୍ କମ୍) ଭୁବନେଶ୍ୱର ସ୍ଥିତ ଏକ ବସ୍ଷ୍ଟାଣ୍ଡ ପରିସରରୁ ବସ୍ରୁ ଡ଼କାୟତି କରିଥିବା ଅଭିଯୋଗରେ ପୋଲିସ ରବିବାର ପାଂଚ ଜଣ ଇଂଜିନିୟରିଂ ଛାତ୍ରଙ୍କୁ ଗିରଫ କରିଛି ।

ଗତ ମାସ ୨୬ ତାରିଖ ରାତିରେ ବରମୁଣ୍ଡା ବସ୍ଷ୍ଟାଣ୍ଡରୁ ‘ନୀଳମାଧବ’ ନାମକ ବସ୍ରୁ ସଶସ୍ତ୍ର ଡକାୟତି ହୋଇଥିଲା । ଏହି ଘଟଣାର ତଦନ୍ତ କରି ଖଣ୍ଡଗିରି ଥାନା ପୋଲିସ ଏମାନଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୩ଟି ମୋବାଇଲ, ଲ୍ୟାପଟପ୍, ୪ଟି ଛୁରୀ ଏବଂ ନଗ ୬ହଜାର ଟଙ୍କା ଜବତ କରିଛି ।

ଗିରଫ ଛାତ୍ରମାନେ ବାରଙ୍ଗ ସ୍ଥିତ ଏକ ଇଂଜିନିୟରିଂ କଲେଜର ବୋଲି ପୋଲିସ କହିଛି । ଘଟଣାଦିନ ଏହି ଛାତ୍ରମାନେଦୁଇଟି ଗାଡ଼ିରେ ଆସି ବନ୍ଧୁକ ଓ ଛୁରା ଖୋଇ କଣ୍ଡକ୍ଟରଙ୍କ ଠାରୁ ଟଙ୍କା ଛଡ଼ାଇ ନେବା ସହ ଅନ୍ୟ ଯାତ୍ରୀଙ୍କଠାରୁ ମୋବାଇଲ୍ ଓ ସୁନା ଅଳଙ୍କାର ଛଡ଼ାଇ ନେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

Exit mobile version