Site icon Odisha.com

ନୂଆପଡ଼ା: ମାଓବାଦୀଙ୍କ ଦ୍ୱାରାଠିକା କମ୍ପାନୀର ଗାଡ଼ି ପୋଡ଼ି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନୂଆପଡ଼ା, ମାର୍ଚ୍ଚ ୪(ଓଡ଼ିଶା ଡ଼ଟ୍ କମ୍) ନୂଆପଡ଼ା ଜିଲ୍ଲାରେ ମାଓବାଦୀମାନେ ଏକ ଘରୋଇ ଠିକା କମ୍ପାନୀର କେତେକ ଗାଡ଼ି ପୋଡ଼ି ଦେଇଥିବା ପୋଲିସ ରବିବାର କହିଛି ।

ଶନିବାର ରାତିରେ ପ୍ରାୟ ୨୦ରୁ ୩୦ ଜଣ ମାଓବାଦୀ ବାରେଶବାହାଲ ଗ୍ରାମରେ ଲୋୟର ଇନ୍ଦ୍ର ପ୍ରକଳ୍ପର କାମ କରୁଥିବା ଡ଼ିଡ଼ି ବିଲ୍ଡ଼ରର୍ସର ୧୫ଟି ଗାଡ଼ିକୁ ପୋଡ଼ି ଦେଇଛନ୍ତି ।

ଘଟଣାସ୍ଥଳରେ ମାଓବାଦୀମାନେ ହାତ ଲେଖା ପୋଷ୍ଟର ଛାଡ଼ି ଯାଇଥିବା ବେଳେ ଠିକା କାମ ବନ୍ଦ କରିବାକୁ ପୂର୍ବରୁ ସେମାନେ ସଂପୃକ୍ତ କମ୍ପାନୀ ଅଧିକାରୀଙ୍କୁ ଧମକ ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version