ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ମାର୍ଚ୍ଚ ୫(ଓଡ଼ିଶା ଡ଼ଟ୍ କମ୍) ବହୁ ଚର୍ଚ୍ଚିତ ପିପିଲି ଗଣଧର୍ଷଣ ମାମଲାରେ ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଗିରଫ ପାଇଁ ଜାତୀୟ ଅନୁସୂଚିତ ଜାତି କମିଶନ ଅଧ୍ୟକ୍ଷ ପି.ଏଲ୍.ପୁନିଆ ସୋମବାର ଦ।ବି କରିଛନ୍ତି ।
“”ମହାରଥୀ ଏହି ଅପରାଧର ଏକ ଅଂଶ । ତାଙ୍କୁ ଗିରଫ କରି ଜେଲ ଫଠାଯିବା ଉଚିତ୍” ପୁନିଆ ଭୁବନେଶ୍ୱରରେ ସାମ୍ବାଦିକଙ୍କୁ କହିଛନ୍ତି ।
ଏହା ପୂର୍ବରୁ ସେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ହସ୍ପିଟାଲକୁ ଯାଇ ପୀଡ଼ିତାଙ୍କୁ ଦେଖିବା ସହ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ଡ଼ାକ୍ତରଙ୍କ ଠାରୁ ପଚାରି ବୁଝିଥିଲେ ।
ପୂର୍ବତନ ମନ୍ତ୍ରୀଙ୍କ ସହ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତର ଘନିଷ୍ଠ ସଂପର୍କ ଥିଲା ଏବଂ ପୀଡ଼ିତାଙ୍କ ଚିକିତ୍ସାରେ ଅବହେଳା କରିଥିବା ଡ଼ାକ୍ତର ଓ ପୋଲିସ ଅଧିକାରୀଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିବା ଉଚିତ୍, ସେ କହିଛନ୍ତି ।
ଗତବର୍ଷ ନଭେମ୍ବର ୨୮ରେ ଅର୍ଜୁନଗେ।। ଗ୍ରାମରେ ସଂପୃକ୍ତ ୧୯ ବର୍ଷୀୟା ଯୁବତୀଙ୍କୁ କେତେକ ଲୋକ ଧର୍ଷଣ କରିଥିବା ଅଭିଯୋଗ ହୋଇଥିଲା ।
ସେହି ସମାନ ବ୍ୟକ୍ତିମାନେ ଗତ ୨୦୦୮ରେ ମଧ୍ୟ ଏହି ଯୁବତୀଙ୍କୁ ଦୁର୍ବ୍ୟବହାର କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ ।
ଉକ୍ତ ଯୁବତୀଙ୍କୁ ଡ଼ାକ୍ତରଖାନାରେ ଚିକିତ୍ସା କରିବା ପାଇଁ ମନା କରିବା ପରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ହୋଇଥିଲା ଏବଂ ଏହା ଲୋକଲୋଚନକୁ ଆସିଥିଲା ।
ଏହି ଘଟଣାକୁ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ପରେ ଜାନୁୟାରୀ ୧୯ରେ କୃଷୀମନ୍ତ୍ରୀ ପ୍ରଦୀପ ମହାରଥୀ ଇସ୍ତଫା ଦେଇଥିଲେ ।
କ୍ରାଇମବ୍ରାଂଚ ବର୍ତମାନ ଘଟଣାର ତଦନ୍ତ କରୁଥିବା ବେଳେ ବିଚାର ବିଭାଗୀୟ ତଦନ୍ତ ପାଇଁ ଓଡ଼ିଶା ହାଇକୋର୍ଟର ଜଣେ ଅବସର ବିଚାରପତିଙ୍କୁ ନିଯୁକ୍ତ କରାଯାଇଛି । ଏହି ଘଟଣାରେ କ୍ରାଇମବ୍ରାଂଚ ଚାରି ଜଣଙ୍କୁ ଗିରଫ କରିଛି ।
ଓଡ଼ିଶା ଡ଼ଟ୍ କମ୍