Site icon Odisha.com

ପ୍ରତ୍ୟେକ ପାହାଚରେ ନାରୀର ସଫଳତା କାମ୍ୟ: ତୁଳସୀ ମୁଣ୍ଡା

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ମାର୍ଚ୍ଚ ୫(ଓଡ଼ିଶା ଡ଼ଟ୍ କମ୍) ସେବା ଓ ତ୍ୟାଗ ମାଧ୍ୟମରେ ନାରୀ ପ୍ରତ୍ୟେକ ପାହାଚରେ ସଫଳତା ହାସଲ କରିପାରିବ ବୋଲି ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପୁରାତନ ଛାତ୍ରୀ ନିବାସରେ ସୋମବାର ଅନୁଷ୍ଠିତ ବିଦାୟୀ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ପଦ୍ମଶ୍ରୀ ତୁଳସୀ ମୁଣ୍ଡା କହିଛନ୍ତି ।

ସମାଜକୁ ଭଳପାଇବା ମଣିଷର ଧର୍ମ । ଭଲପାଇବା ଜରିଆରେ ମଣିଷ ପରିବେଶ ଏବଂ ମାଟି ଗୋଡ଼ି ମଧ୍ୟ ପବିତ୍ରତା ହାସଲ କରେ, ସେ କହିଛନ୍ତି ।

କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ସ୍ୱାଇଁ ଅନ୍ତେ ବାସିନୀଙ୍କୁ ଶୃଙ୍ଖଳିତ ଜୀବନର ଉପକାରିତା ସମ୍ବନ୍ଧରେ ପରାମର୍ଶ ଦେଇଥିବାବେଳେ ଅନ୍ୟତମ ଅତିଥି ରେଣୁବାଳା ତ୍ରିପାଠୀ ଏବଂ ମାନବାଧିକାର କର୍ମୀ ସ୍ନେହଲତା ପୃଷ୍ଟି ନାରୀ ଜୀବନର ସଫଳତା ପାଇଁ ଜାୟା, ଜନନୀ ଓ ଭଗନୀ ସମସ୍ତ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ ।

ଯୁବ ଓକିଲ ମନୋରଞନ ଦାସ ଅତିଥି ପରିଚୟ ଦେଇଥିବା ବେଳେ ସମାଜସେବୀ ଅଧ୍ୟାପକ ସଂଗ୍ରାମ
ମହାନ୍ତି ପଦ୍ମଶ୍ରୀ ମୁଣ୍ଡାଙ୍କ ଉଦ୍ଦେଶ୍ୟରେ ମାନପତ୍ର ପାଠ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version