Site icon Odisha.com

ମାରିଓ ମୋଲେଟା କ୍ରିକେଟ: ବ୍ଲୁ ଡାଇମଣ୍ଡ ଚମ୍ପିୟାନ

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ମାର୍ଚ୍ଚ ୫(ଓଡ଼ିଶା ଡ଼ଟ୍ କମ୍) ବରଗଡ଼ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ଚାଲିଥିବା ମାରିଓ ମୋଲେଟା ମୋମେରିଆଲ ଜିଲ୍ଲା ନକ୍ ଆଉଟ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ବ୍ଲୁ ଡାଇମଣ୍ଡ ଚମ୍ପିୟାନ ହୋଇଛି ।

ଜିଲ୍ଲା କ୍ରୀଡ଼ା ସଂସଦ ଓ ଜିଲ୍ଲା କ୍ରିକେଟ ଏସୋସିଏସନ୍ ର ମିଳିତ ଆନୁକୂଲ୍ୟରେ ଗତ ୨୨ତାରିଖରୁ ଅନୁଷ୍ଠିତ ଏହି ନକ୍ଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ସୋମବାର ଫାଇନାଲ ମ୍ୟାଚ ବ୍ଲୁ ଡାଇମଣ୍ଡ ଓ ସୁପର ଜିମ୍ନାସିୟମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।

ଏଥିରେ ସୁପର ଜିମ୍ନାସିୟମ ଦଳ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିଥିଲେ ହେଁ ବ୍ଲୁ ଡାଇମଣ୍ଡ ଦଳ ୭ ୱିକେଟରେ ବିଜୟୀ ହୋଇଥିବା ବେଳେ ସୁପର ଜିମ୍ନାସିୟ କ୍ଲବ୍ ରନର୍ସଅଫ ହୋଇଥିଲା ।

ଉଦ୍ୟାପନୀ ଅବସରରେ ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ଆଇନଜୀବୀ ଶ୍ୟାମ ସୁନ୍ଦର ଆବର ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପୂର୍ବରୁ ସମାପ୍ତ ହୋଇଥିବା ଜିଲ୍ଲାସ୍ତରୀୟ ଆନ୍ତଃ ସ୍କୁଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ବିଜେତା ବିକାଶ ସ୍କୁଲ ଓ ରନର୍ସ ଅଫ ରୋଟାରୀ ସ୍କୁଲକୁ ଟ୍ରଫି ପାନ କରିଥିଲେ ।

ସେହିପରି ନକ୍ଆଉଟ ଟୁର୍ଣ୍ଣାମେଣ୍ଟର ଉଭୟ ବିଜୟୀ ଓ ରନର୍ସଅଫ ଦଳକୁ ମଧ୍ୟ ସେ ପକ ଓ ଟ୍ରଫି ପ୍ରଦାନ କରିଥିଲେ । ଏହା ବ୍ୟତୀତ ଆନ୍ତଃ ସ୍କୁଲ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିବା ୪ଟି ଦଳର ୮ଜଣ ଶ୍ରେଷ୍ଠ ଖେଳାଳୀଙ୍କୁ ସମ୍ମାନୀତ କରାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version