Site icon Odisha.com

ଦୁର୍ଘଟଣାରୁ ଅଳ୍ପକେ ବର୍ତିଲେ ଗଜପତି ମହାରାଜା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୭(ଓଡ଼ିଶା ଡ଼ଟ୍ କମ୍) ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ କେନ୍ଦୁଝର ଯାଇଥିବା ବେଳେ ତାଙ୍କର ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ସେ ଅଳ୍ପକେ ବର୍ତି ଯାଇଛନ୍ତି ।

ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସେ ମଙ୍ଗଳବାର ଭିଟି-କେଜେଏଏସ୍ ବିମାନରେ ଯାଇ ଟଂଟୋ ଏୟାରଷ୍ଟ୍ରିପ୍ ପଡ଼ିଆରେ ଅବତରଣ କରୁଥିବା ବେଳେ ହଠାତ୍ ଏହାର ପଛ ପାଖ ଡ଼ାହାଣ ଚକଟି ଫାଟି ଯାଇଥିଲା ।

ଫଳରେ ବିମାନଟି ଏପଟ ସେପଟ ହୋଇ ଯାଇଥିଲା । ଏହାର କିଛି ସମୟ ପରେ ବିମାନଟି ସ୍ଥିର ହୋଇଥିଲା ଏବଂ ଗଜପତି ଓ ତାଙ୍କ ଅଙ୍ଗରକ୍ଷୀ ସୁରକ୍ଷିତ ଅବସ୍ଥାରେ ବାହାରକୁ ବାହାରିଥିଲେ ।

ଗଜପତି ମହାରାଜାଙ୍କୁ ସ୍ୱାଗତ ପାଇଁ ଘଟଣାସ୍ଥଳରେ ଅପେକ୍ଷା କରିଥିବା ଲୋକମାନେ ଭୟଭୀତ ହୋଇଯାଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version