Site icon Odisha.com

ଚକ୍ରତୀର୍ଥ ଭଟଲିରେ ଶ୍ୟାମବିହାରୀଙ୍କ ଫାଲ୍ଗୁନ ମେଳା

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ମାର୍ଚ୍ଚ ୬(ଓଡ଼ିଶା ଡ଼ଟ୍ କମ୍) ବରଗଡ଼ ଜିଲ୍ଲା ସ୍ଥିତ ଚକ୍ରତୀର୍ଥ ଭଟଲିରେ ଶ୍ରୀ ଶ୍ୟାମ ବିହାରୀଙ୍କ ବସନ୍ତକାଳୀନ ମହୋତ୍ସବ ଫାଲ୍ଗୁନ ମେଳା ସଂପନ୍ନ ହୋଇଯାଇଛି ।

ଏହି ଅବସରରେ ଓଡ଼ିଶା ସମେତ ପଡ଼ୋଶୀ ଛତିଶଗଡ଼, ମଧ୍ୟପ୍ରଦେଶ ବିହାରର ହଜାର ହଜାର ଶ୍ରଦ୍ଧାଳୁ ଯୋଗ ଦେଇ ଶ୍ୟାମ ବିହାରୀଙ୍କ ଭଜନ କୀର୍ତନ କରି ଆଶିର୍ବାଦ ଭିକ୍ଷା କରିଥିଲେ ।

ମାଧୋଜୀ ଅଗ୍ରୱାଲଙ୍କ ଦ୍ୱାରାନିର୍ମିତ ଏହି ମନ୍ଦିରରେ ପ୍ରତିବର୍ଷ ବସନ୍ତ ଋତୁରେ ଉତ୍ସବ ପାଳିତ ହୋଇଥାଏ । ଭକ୍ତମାନେ ହୋଲି ପର୍ବ ପୂର୍ବରୁ ଶ୍ୟାମ ବିହାରୀଙ୍କ ରଥଟାଣି ପରସ୍ପର ମଧ୍ୟରେ ଅବିର ବୋଲି ହୋଲିର ପରମ୍ପରା ରକ୍ଷା କରିଥାନ୍ତି ।

ମହାଭାରତରେ ବର୍ଣ୍ଣିତ ଭୀମପୁତ୍ର ବେଲାରସେନ ଏଠାରେ ଶ୍ୟାମ ବିହାରୀଙ୍କ ରୂପରେ ପୂଜା ପାଉଛନ୍ତି । ଏହି ଅଞ୍ଚଳରେ ଥିବା ଧିବାମନ ମନ୍ଦିର ଏବଂ ଶ୍ୟାମ ବିହାରୀ ମନ୍ଦିରର ପ୍ରସିଦ୍ଧି ବିଭିନ୍ନ ସଂପ୍ରଦାୟର ଲୋକଙ୍କୁ ଆକୃଷ୍ଟ କରୁଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version