Site icon Odisha.com

ରାଜ୍ୟ ଅଣ ସଂକ୍ରାମକ ରୋଗ ପ୍ରକୋଷ୍ଠ ଉ୍ଘାଟିତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୬(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ପରିସରରେ ନୂତନ ଭାବେ ପ୍ରତିଷ୍ଠା କରାଯାଇଥିବା ଅଣ ସଂକ୍ରାମକ ରୋଗ ପ୍ରକୋଷ୍ଠ ସୋମବାର ଆନୁଷ୍ଠାନିକ ଭାବେ ଉ୍ଘାଟିତ ହୋଇଛି ।

ସାଂପ୍ରତିକ ସମାଜରେ ଖାଦ୍ୟ ପେୟ ଓ ଜୀବନଚର୍ଯ୍ୟାର ପରିବର୍ତନ ଯୋଗୁଁ ହୃ୍ଘାତ, ମଧୁମେୟ, ରକ୍ତଚାପ ଓ କର୍କଟ ଆଦି ରୋଗ ବୃଦ୍ଧି ପାଉଛି ।

ଏହି ଅଣ ସଂକ୍ରାମକ ରୋଗର ନିୟନ୍ତ୍ରଣ ଓ ନିରାକରଣ ପାଇଁ କାର୍ଯ୍ୟକାରୀ କରାଯାଇଥିବା ଏନ୍.ପି.ସି.ଡି .ସି.ଏସ୍ ଏବଂ ଏନ୍.ପି.ଏଚ୍.ସି.ଇ ଭଳିଦୁଇଟି ଜାତୀୟ କାର୍ଯ୍ୟକ୍ରମ ଶେର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ବୈପ୍ଳବିକ ପଦକ୍ଷେପ ବୋଲି ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

ପାଇଲଟ ପ୍ରକଳ୍ପ ଭାବେ ନୂଆପଡା ଜିଲ୍ଲାରୁ ଏହିଦୁଇଟି ଜାତୀୟ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା । ନୂଆପଡା ଜିଲ୍ଲାରେ ଏହି କାର୍ଯ୍ୟକ୍ରମର ଅଗ୍ରଗତିକୁ ଦୃଷ୍ଟିରେ ରଖି ଏହାକୁ ବଲାଙ୍ଗିର , ନବରଙ୍ଗପୁର , ମାଲକାନଗିରି ଓ କୋରାପୁଟ ଜିଲ୍ଲାକୁ ସଂପ୍ରସାରିତ କରାଯାଇଛି ।

ଏହି କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଉଥିବା ଉପରୋକ୍ତ ଜିଲ୍ଲାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଛଅ ଶଯ୍ୟା ବିଶିଷ୍ଟ ଆଇ.ସି.ୟୁ ପ୍ରତିଷ୍ଠା କରାଯିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବା ସହିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ଆରମ୍ଭ କରି ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ଏନ୍.ସି.ଡି କ୍ଲିନିକ୍ ମଧ୍ୟ ଖୋଲାଯାଉଛି ।

ସେହିପରି ବୁର୍ଲା ଭି.ଏସ୍.ଏସ୍ ମେଡିକାଲ କଲେଜ ଓ ହସ୍ପିଟାଲରେ ଏକ ଟର୍ସିଆରୀ କର୍କଟ କେନ୍ଦ୍ର ସହିତ ୩୦ ଶଯ୍ୟା ଆଂଚଳିକ ଜରା କେନ୍ଦ୍ର ମଧ୍ୟ ପ୍ରତିଷ୍ଠା କରାଯିବାର ପ୍ରସ୍ତାବ ରହିଛି ବୋଲି ମନ୍ତ୍ରୀ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version