Site icon Odisha.com

ତାଳଚେର ସାର କାରଖାନାର ପୁନଃରୁଦ୍ଧାର ପାଇଁ ଦ।ବି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୭(ଓଡ଼ିଶା ଡ଼ଟ୍ କମ୍) ତାଳଚେର ସ୍ଥିତ ସାର କାରଖାନାର ପୁନଃରୁଦ୍ଧାର ପାଇଁ ଦ।ବି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ପତ୍ର ଲେଖିଛନ୍ତି ।

ଭାରତୀୟ ସାର ନିଗମ ଅଧିନରେ ଥିବା ଏହି ସାର କାରଖାନା ରୁଗ୍ଣ ହୋଇ ପଡିବାରୁ ବନ୍ଦ ରହିଛି ବୋଲି ତାଙ୍କ ପତ୍ରରେ ଦର୍ଶାଇଛନ୍ତି ।

କାରଖାନା ଓଡ଼ିଶା ପାଇଁ ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ । ଏହାର ପୁନଃରୁଦ୍ଧାର ପାଇଁ ସେ ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ । ଓଡ଼ିଶା ସରକାର ଏହି ପୁନଃରୁଦ୍ଧାର ପାଇଁ ଆବଶ୍ୟକ ସହଯୋଗ ଯୋଗାଇ ଦେବେ ବୋଲି ନବୀନ ଦର୍ଶାଇଛନ୍ତି ।

କୃଷିର ଉନ୍ନତି ଉପରେ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି ଏବଂ ସେଥିପାଇଁ ଚାଷୀ ମାନଙ୍କୁ ସମୟୋଚିତ ତଥା ଆବଶ୍ୟକ ମୁତାବକ ସାର ଯୋଗାଇ ଦିଆଯିବା ଜରୁରୀ । ଏବେ ରାଜ୍ୟରେ ଚାଷୀଙ୍କ ଚାହିଦା ମୁତାବକ ୟୁରିଆ ସାର ଯୋଗାଣ ହୋଇପାରୁ ନାହିଁ, ସେ ପତ୍ରରେ ଲେଖିଛନ୍ତି ।

ତାଳଚେର ସାର କାରଖାନାର ପୁନଃରୁଦ୍ଧାର କରାଗଲେ ୟୁରିଆ ସାର ଅଭାବ ଦୂର ହେବ । ଏହା୍ୱାରା ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହିତ ପୂର୍ବ ଭାରତର ସାମଗ୍ରୀକ ବିକାଶ କ୍ଷେତ୍ରରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ର୍ଶାଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version