Site icon Odisha.com

ଫେରାର୍ ଆଇଆଇସିଙ୍କୁ ଆଗୁଆ ଜାମିନ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ମାର୍ଚ୍ଚ ୭(ଓଡ଼ିଶା ଡ଼ଟ୍ କମ୍) ଲାଂଚ ନେବା ସମୟରେ ଭିଜିଲାନ୍ସ ଦ୍ୱାରାଗିରଫ ହୋଇ ଫେରାର୍ ହୋଇଥିବା ନିମାପଡ଼ା ଆଇଆଇସି ବିମଳ ନାୟକଙ୍କୁ ବୁଧବାର ହାଇକୋର୍ଟ ଆଗୁଆ ଜାମିନ ପ୍ରଦାନ କରିଛନ୍ତି ।

ଗିରଫ ମାମଲାରେ ୧୫ଦିନ ମଧ୍ୟରେ ନିମ୍ନ ଅଦାଲତରେ ହାଜର ହେବାକୁ କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ଉକ୍ତଦିନ ଆବେଦନର ଶୁଣାଣି ଶେଷ କରିବାକୁ କୁହାଯାଇଛି । ସେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ।

ଗତ ଜାନୁୟାରୀ ୬ ତାରିଖରେ ଜଣେ ବ୍ୟକ୍ତିଙ୍କ ଠାରୁ ପାଂଚ ହଜାର ଟଙ୍କା ଲାଂଚ ନେବାବେଳେ ନାୟକଙ୍କୁଭୁବନେଶ୍ୱର ଭିଜିଲାନ୍ସର ଏକ ଦଳ ଗିରଫ କରିଥିଲା ।

ପରେ ସ୍ଥାନୀୟ ଅଂଚଳର ଲୋକମାନେ ଥାନାରେ ପହଂଚି ଅଧିକାରୀଙ୍କ ଠାରୁ ତାଙ୍କୁ ଛଡ଼ାଇ ନେଇଥିଲେ । ସେହି ଦିନ ଠାରୁ ସେ ଫେରାର୍ ଅଛନ୍ତି ।

ନାୟକଙ୍କୁ ଚାକିରୀରୁ ନିଲମ୍ବିତ କରାଯାଇଥିବା ବେଳେ ଏହି ଘଟଣାରେ ୧୮ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି ଏବଂ ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ।

ପୋଲିସର ଆବେଦନକ୍ରମେ ନିମାପଡ଼ା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ବିମଳଙ୍କ ନାଁରେ ଗିରଫ ପରୱାନା ଜାରି କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version