Site icon Odisha.com

ଚାରିମାସ ମଧ୍ୟରେ ସାର କାରଖାନାର ପୁନଃରୁଦ୍ଧାର

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନୂଆଦିଲ୍ଲୀ, ମାର୍ଚ୍ଚ ୮(ଓଡ଼ିଶା ଡ଼ଟ୍ କମ୍) ତାଳଚେର ସ୍ଥିତ ସାର କାରଖାନାର ପୁନଃରୁଦ୍ଧାର କାର୍ଯ୍ୟ ଆସନ୍ତା ତିନି ମାସ ମଧ୍ୟରେ ଆରମ୍ଭ କରାଯିବ ବୋଲି କେନ୍ଦ୍ର ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଗୁରୁବାର କହିଛନ୍ତି ।

ନ୍ୟାସନାଲ କେମିକାଲ ଫର୍ଟିଲାଇଜର ଏବଂ କୋଲ୍ ଇଣ୍ଡିଆର ମିଳିତ ଉ୍ୟମରେ କାରଖାନାର ପୁନଃରୁଦ୍ଧାର କରାଯିବ ଏବଂ ଏଥିପାଇଁ ଆଠ ହଜାର କୋଟି ଟଙ୍କା ବିନିଯୋଗ ହେବ ବୋଲି ଜେନା କହିଛନ୍ତି ।

ତିନି ବର୍ଷ ମଧ୍ୟରେ ଏହାର କାର୍ଯ୍ୟ ଶେଷ ହେବ । ଏହାଦ୍ୱାରାବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ, ସେ କହିଛନ୍ତି । ୧୯୯୯ ଅପ୍ରେଲ ମାସରୁ କାରଖାନା ବନ୍ଦ ରହିଛି ।

କାରଖାନାର ପୁନଃରୁଦ୍ଧାର ପାଇଁ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ପତ୍ର ଲେଖିଥିଲେ ।

ରାଜ୍ୟରେ ଚାଷୀଙ୍କ ଚାହିଦା ମୁତାବକ ୟୁରିଆ ସାର ଯୋଗାଣ ହୋଇପାରୁ ନାହିଁ । ତାଳଚେର ସାର କାରଖାନାର ପୁନଃରୁଦ୍ଧାର କରାଗଲେ ୟୁରିଆ ସାର ଅଭାବ ଦୁର ହେବା ସହିତ ପୂର୍ବ ଭାରତର ସାମଗ୍ରୀକ ବିକାଶ କ୍ଷେତ୍ରରେ ଏହା ସହାୟକ ହେବ ବୋଲି ନବୀନ ପତ୍ରରେ ଦର୍ଶାଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version