Site icon Odisha.com

ଭୁବନେଶ୍ୱର ବିମାନବନ୍ଦରକୁ ଅନ୍ତର୍ଜାତୀୟ ମାନ୍ୟତା ଦାବି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନୂଆିଲ୍ଲୀ, ମାର୍ଚ୍ଚ ୯(ଓଡ଼ିଶା ଡ଼ଟ୍ କମ୍) ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ବିମାନବନ୍ଦରକୁ ଅନ୍ତର୍ଜାତୀୟ ମାନ୍ୟତା ଦେବାକୁ ଓଡ଼ିଶା ସରକାର କେନ୍ଦ୍ର ନିକଟରେ ଦାବି କରିଛନ୍ତି ।

ଗତ ମଙ୍ଗଳବାର ଠାରୁ ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଅଜିତ ସିଂହଙ୍କୁ ସାକ୍ଷାତ କରି ଦାବି ଉପସ୍ଥାପନ କରିଛନ୍ତି ।

ଓଡ଼ିଶାକୁ ଆକାଶ ମାର୍ଗରେ ଯିବା ଆସିବା ପାଇଁ ବ୍ୟାପକ ବ୍ୟବସ୍ଥା ନଥିବାରୁ ଅଧିକ ସଂଖ୍ୟାରେ ବିଦେଶୀ ପର୍ଯ୍ୟଟକ ରାଜ୍ୟକୁ ଆସିପାରୁ ନାହାନ୍ତି ବୋଲି ନବୀନ କହିଛନ୍ତି । ରାଜ୍ୟରେ ଅନ୍ତର୍ଜାତୀୟ ବିମାନବନ୍ଦର ନଥିବା ବେଳେ କେବଳ ଗୋଟିଏ ବିମାନ ବନ୍ଦରରେ କାର୍ଯ୍ୟ ଚାଲୁଛି ।

ଅନ୍ତର୍ଜାତୀୟ ବିମାନବନ୍ଦର ନିମନ୍ତେ ବେସାମରିକ ବିମାନ ଚଳାଚଳ କର୍ତୃପକ୍ଷଙ୍କୁ ରାଜ୍ୟ ସରକାର ଆବଶ୍ୟକୀୟ ସହାୟତା ଯୋଗାଇ ଦେବେ ବୋଲି ନବୀନ କହିଛନ୍ତି । ଏହାସହ ଝାରସୁଗୁଡ଼ାରେ ବିମାନବନ୍ଦର ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସେ କହିଛନ୍ତି ।

ତେବେ ଅନ୍ତର୍ଜାତୀୟ ମାନ୍ୟତା ମଂଜୁର ପାଇଁ ମନ୍ତ୍ରାଳୟ ଖୁବ୍ଶୀଘ୍ର ଏକ ନୋଟ୍ ପ୍ରସ୍ତୁତ କରି କ୍ୟାବିନେଟ୍ ରେ ଉପସ୍ଥାପନ କରିବ ବୋଲି ସିଂହ ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିଶୃତି ଦେଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version