Site icon Odisha.com

ରାଜନୈତିକ ହିଂସାକାଣ୍ଡରେ ବ୍ୟାପକ ଘର ପୋଡ଼ି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବ୍ରହ୍ମଗିରି, ମାର୍ଚ୍ଚ ୯(ଓଡ଼ିଶା ଡ଼ଟ୍ କମ୍) ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ଗମ୍ଭାରୀ ଗାଁରେ ରାଜନୈତିକ ଶତ୍ରୁତାରୁ ହିଂସାକାଣ୍ଡ ଯୋଗୁଁ ଦୁର୍ବୃତମାନେ ବ୍ୟାପକ ଘର ପୋଡ଼ି ଦେଇଥିବା ପୋଲିସ ଶୁକ୍ରବାର କହିଛି ।

ଏହି ଘଟଣାକୁ ନେଇ ବୋମାମାଡ଼ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ପରିସ୍ଥିତି ନିୟନ୍ତ୍ରଣ ପାଇଁ ସଂପୃକ୍ତ ଗାଁରେ ତିନି ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଦୋକାନ ଘର ମଧ୍ୟ ପୋଡ଼ି ଯାଇଥିବା ବେଳେ କେତେକ ସ୍ଥାନରେ ହାତ ତିଆରି ଅଫୁଟା ବୋମା ପଡ଼ି ରହିଛି । ବିରୋଧୀ ଗୋଷ୍ଠୀ ମଧ୍ୟରେ ଗୁଳିମାଡ଼ ମଧ୍ୟ ହୋଇଛି ।

ଗୁରୁବାର ରାତିରେ ଏହି ଘଟଣା ଘଟିଥିବା ବେଳେ ଆଠଟି ପରିବାର ସେମାନଙ୍କର ସବୁକିଛି ହରାଇଛନ୍ତି । ଗିରଫଦାରୀ ଭୟରେ ଗାଁ ପୁରୁଷ ଶୂନ୍ୟ ହୋଇଯାଇଛି । ଗତ ଫେବୃୟାରୀ ମାସରେ ମଧ୍ୟ ପଞ୍ଚାୟତ ନିର୍ବାଚନ ପରେ ଏହି ଗାଁରେ ରାଜନୈତିକ ହିଂସାକାଣ୍ଡ ହୋଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version