• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଗ୍ରୀଷ୍ମ ପ୍ରବାହ ପ୍ରାରମ୍ଭରୁ ବରଗଡ଼ରେ ଜଳସଙ୍କଟ

March 11, 2012 by admin

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ମାର୍ଚ୍ଚ ୧୧(ଓଡ଼ିଶା ଡ଼ଟ୍ କମ୍) ସଂପ୍ରତି ବରଗଡ଼ ସହରରେ ଜନସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଥିବା ବେଳେ ଗ୍ରୀଷ୍ମ ପ୍ରବାହ ପ୍ରାରମ୍ଭରୁ ତୁଳନାତ୍ମକ ଭାବେ ସହରବାସୀଙ୍କ ଜଳସଙ୍କଟ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି ।

ପୂର୍ବ ପୁରୁଷ ମାନଙ୍କ ଦୃଷ୍ଟି ଏତେ ତୀକ୍ଷ୍ଣ ଥିଲା ଯେ ସେମାନେ ଭବିଷ୍ୟତରେ ଜଳକଷ୍ଟ ନହେବା ସକାଶେ ସହରର ଚତୁଃପାଶ୍ୱର୍ରେ କଟା ଓ ବନ୍ଧମାନ ଖୋଳାଇଥିଲେ ।

ବରଗଡ଼ ସହରରେ ଦାନୀକଟା, ଖଜୁରକଟା ଓ ଅମାପାଲି କଟା ସମେତ୧୭ଟି ବନ୍ଧ ରହିଛି । ଏହା ବ୍ୟତୀତ ସହରବାସୀଙ୍କ ପାଇଁ ଜୀରାନୀ ହେଉଛି ଜୀବନ ରେଖା ସଦୃଶ ।

କାରଣ ଭୌଗଳିକ ଦୃଷ୍ଟିକୋଣରୁ ସହର ଚତୁଃପାଶ୍ୱର୍ରେ ଥିବା ମନାବନ୍ଧ, ପୂର୍ଣ୍ଣୀବନ୍ଧ, ମଝଲି ବନ୍ଧ, ବାହାବଲ ବନ୍ଧ, ଗୋବିନ୍ଦପାଲି ବନ୍ଧ,ଓ ଅମାପାଲି କଟାର ଏପରି ସଂଯୋଗୀକରଣ ହୋଇଛି ଯାହା ବରଗଡ଼ ନିକଟସ୍ଥ କେନାଲ କିମ୍ବା ନୀର ପାଣି ଭୂତଳ ଜଳସ୍ତରକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହେଉଥିଲା ।

କେନାଲରେ ପାଣି ଆସିଲେ ତାହା ର୍ହଦ, ନାଳା, ନଳିଆ ଦେଇ ସହରର ସମସ୍ତ ବନ୍ଧ, କଟାକୁ ମାଡ଼ିବା ପରେ ନଦୀରେ ମିଶୁଥିଲା ।

ତେବେ କେତେକ ଅସାମାଜିକ ତଥା ଅଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ଉକ୍ତ ବନ୍ଧ ଓ କଟା ମାନଙ୍କ ହିଡ଼କୁ ଜବରଦଖଲ କରି ବାସଗୃହ ନିର୍ମାଣ କରି ରହିବା ସହିତ ଧିରେଧିରେ ସେଗୁଡ଼ିକୁ ପୋତି ପକାଉଥିବା ବେଳେ ଜମି ମାଫିଆମାନେ ଜଳାଶୟ ଗୁଡ଼ିକୁ ପୋତି ରିୟଲ ଇଷ୍ଟେଟ ବ୍ୟବସାୟ କରିଛନ୍ତି ।

ଜଳାଶୟ ଓ ବନ୍ଧ କଟାଗୁଡ଼ିକୁ ପତି ଜବର ଦଖଲ କରାଯିବା ଦ୍ୱାରାସହରର ଭୂତଳ ଜଳସ୍ତର ହ୍ରାସପାଇ ଏବେ ସଂକଟଜନକ ସ୍ଥିତିରେ ପହଞ୍ଚିଲାଣି । ପାନୀୟଜଳ ସଙ୍କଟର ଆଉ ଏକ ମୁଖ୍ୟ କାରଣ ହେଉଛି ବିନା ଅନୁମତି ପତ୍ରରେ ବେଆଇନ୍ ଭାବେ ଘରେଘରେ ଗଭୀର ନଳକୂପ ଖନନ ।

ଆଗରୁ ବରଗଡ଼ରେ ମାତ୍ର ୧୦ ରୁ ୨୦ଫୁଟ ଗଭୀରତାରେ ଭୂତଳଜଳ ଉପଲବ୍ଧ ହେଉଥିଲା । କିନ୍ତୁ ଏବେ ତାହା ଆନୁପାତିକ ଭାବେ ପ୍ରାୟ ୧୦୦ ରୁ ୨୦୦ ଫୁଟ ତଳକୁ ଖସିଯାଇଥିବା ପରିଲକ୍ଷିତ ହେଉଛି ।

ବରଗଡ଼ ହାଟପା ସଂଲଗ୍ନସ୍ଥ ମନାବନ୍ଧର ନାମକରଣ ପଛରେ ଏକ କାରଣ ରହିଛି । ପୂର୍ବେ ଏହି ବନ୍ଧକୁ କୌଣସି ବାହ୍ୟଜଳ ପ୍ରବେଶ କରୁ ନଥିବା ବେଳେ କେବଳ ବର୍ଷାଜଳ ଏଥିରେ ସଂଗୃହୀତ ହୋଇ ରହୁଥିଲା ।

ଏଠାରେ ସ୍ନାନ ଶୌଚାିକର୍ମ କରିବା ସମ୍ପୂର୍ଣ୍ଣ ମନା ଥିଲା । ଫଳରେ ଲୋକେ ସମୟାନୁକ୍ରମେ ଏହାକୁ ମନାବନ୍ଧରୂପେ ନାମିତ କରିଥିଲେ ।

ସରକାର ପୁରଣା ଜଳାଶୟ ଗୁଡ଼ିକର ପୁନରୁଦ୍ଧାର ପାଇଁ ଲକ୍ଷାଧିକ ଟଙ୍କା ଅନୁଦାନ ପ୍ରଦାନ କରୁଥିବା ବେଳେ ପ୍ରଶାସନିକ ଅବହେଳା, ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଓ କେତେକ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଲୋକଙ୍କ ଯୋଗୁଁ ଜଳାଶୟ ଗୁଡ଼ିକ ପୋତି ହୋଇ ପଡ଼ୁଛି ବୋଲି ଜଳସଂରକ୍ଷଣ ଉପରେ କାର୍ଯ୍ୟକରୁଥିବା ସ୍ୱେଚ୍ଛାସେବୀ ପ୍ରଦୀପ ମହାପାତ୍ର କହିଛନ୍ତି ।

ସହରବାସୀଙ୍କ ପାନୀୟଜଳ ସମସ୍ୟା ଦୂର କରିବା ନିମନ୍ତେ ବରଗଡ଼ ଉପକଣ୍ଠସ୍ଥ ବରଗାଁ ଠାରେ ଏକ ବୃହତ ପାନୀୟଜଳ ପ୍ରକଳ୍ପର ଯୋଜନା କରାଯାଇ ପାଞ୍ଚବର୍ଷ ପୂର୍ବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲେ ହେଁ ତାହା କେବଳ ପାଇପ କିଣାରେ ସିମୀତ ହୋଇ ରହିଛି ।

ଉକ୍ତ ପ୍ରକଳ୍ପଟି ଯୋଜନା ବିହୀନ ଭାବେ କରାଯାଇଥିବାରୁ ତାହା ସହରବାସୀଙ୍କ ଜଳ ସଙ୍କଟ ଦୁର କରିବା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଗ୍ରୀଷ୍ମପ୍ରବାହ, ଜଳସଙ୍କଟ, ବରଗଡ଼

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version