Site icon Odisha.com

ସାଂସଦ ପ୍ରତିନିଧିଙ୍କ ହତ୍ୟା ଘଟଣାରେ ପୁଣି ୨ଗିରଫ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବ୍ରହ୍ମପୁର, ମାର୍ଚ୍ଚ ୧୧(ଓଡ଼ିଶା ଡ଼ଟ୍ କମ୍) ଗଞ୍ଜାମ ଜିଲ୍ଲା ଆସ୍କା ସାଂସଦଙ୍କ ପ୍ରତିନିଧିଙ୍କୁ ହତ୍ୟା ଘଟଣାରେ ରବିବାର ପୁଣି ଦୁଇ ଜଣଙ୍କୁ ଗିରଫ କରିଥିବା ପୋଲିସ କହିଛି ।

ହତ୍ୟା ଘଟଣାରେ ସଂପୃକ୍ତି ଅଭିଯୋଗରେ ବଡ଼ଗଡ଼ ଏବଂ କ୍ରାଇମବ୍ରାଂଚ ପୋଲିସ ମିଳିତ ଭାବରେ ବିଭିନ୍ନ ସ୍ଥାନରେ ଚଢାଉ କରି ହରିପୁର ଗ୍ରାମର ଶତୃଘ୍ନ ସ୍ୱାଇଁ ଓ ରଂଜନ ସ୍ୱାଇଁଙ୍କୁ ଗିରଫ କରିଛନ୍ତି ।

ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶତୃଘ୍ନକୁ ତପ୍ତପାଣି ଅଂଚଳରୁ ଏବଂ ରଂଜନକୁ ବାଲୁଗାଁରୁ ଗିରଫ କରିଥିବା ଜଣେ ଅଧିକାରୀ କହିଛନ୍ତି ।

ପଂଚାୟତ ନିର୍ବାଚନ ପୂର୍ବରୁ ଗତ ଜାନୁୟାରୀ ୫ରେ ସାଂସଦ ନିତ୍ୟାନନ୍ଦ ପ୍ରଧାନଙ୍କ ପ୍ରତିନିଧି ତଥା ବିଜେଡ଼ି ନେତା କଂଗ୍ରେସ ନାୟକଙ୍କୁ ହରିପୁର ଠାରେ କେତେକ ଦୁର୍ବୃତ ହତ୍ୟା କରିଥିଲେ ।

ଏହି ଦୁଇ ଜଣଙ୍କ ଗିରଫ ପରେ ଘଟଣାରେ ଗିରଫ ବ୍ୟକ୍ତିଙ୍କ ସଂଖ୍ୟା ପାଂଚରେ ପହଂଚିଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version