Site icon Odisha.com

ସଡ଼କ ଦୁର୍ଘଟଣାରେ ହୋମଗାର୍ଡ଼ଙ୍କ ମୃତ୍ୟୁ

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ମାର୍ଚ୍ଚ ୧୧(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ନଳାଙ୍ଗ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣାରେ ଜଣେ ହୋମଗାର୍ଡ଼ଙ୍କ ମୃତ୍ୟୁ ହୋଇଥିବା ପୋଲିସ କହିଛି ।

ପୁରୁଣାବଜାର ଥାନାରେ ହୋମଗାର୍ଡ଼ ଭାବେ କାର୍ଯ୍ୟ କରୁଥିବା ଚୈତନ୍ୟ ଜେନା ନାମକ ଜଣେ ବ୍ୟକ୍ତି ସମରାଇପୁରରୁ ନିଜ ଶ୍ୱଶୂରଘର ବରଡ଼ାଡ଼ିହ ଫେରୁଥିବା ସମୟରେ ୫ନମ୍ବର ଜାତୀୟ ରାଜପଥର ପେଟ୍ରୋଲପମ୍ପ ନିକଟରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା ।

ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version