Site icon Odisha.com

କୋରାପୁଟ: ଲ୍ୟାଣ୍ଡମାଇନ ଉଦ୍ଧାର

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କୋରାପୁଟ, ମାର୍ଚ୍ଚ ୧୨(ଓଡ଼ିଶା ଡ଼ଟ୍ କମ୍) କୋରାପୁଟ ଜିଲ୍ଲା ଲମତାପୁଟ ମାଛକୁଣ୍ଡ ରାସ୍ତାର ଏକ ପୋଲ ନିକଟରୁ ସୋମବାର ଲ୍ୟାଣ୍ଡମାଇନ ଓ ଅନ୍ୟ ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରିଥିବା ପୋଲିସ କହିଛି ।

ଅନକାଡେଲି ଠାରେ ମାଓବାଦୀମାନେ ଶନିବାର ମୋବାଇଲ ଟାୱାର ଓ ଏକ୍ସଚେଞ୍ଜ ପୋଡ଼ିବା ପରେ
ସଂପୃକ୍ତ ଅଂଳକୁ କୁମ୍ବିଂ ଅପରେଶନରେ ଯାଇଥିବା ବିଏସ୍ଏଫ୍ ଯବାନମାନେ ଏହି ଲ୍ୟାଣ୍ଡମାଇନ,
ଡ଼ିଟୋନେଟର, ଜିଲୋଟିନ୍ ଓ ତାର ଠାବ କରିଛନ୍ତି ।

ପରେ ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଂଚି ଏଗୁଡ଼ିକ ଉଦ୍ଧାର କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version