Site icon Odisha.com

୨୧ରୁ ଶିକ୍ଷା ସହାୟକଙ୍କ ବିଧାନସଭା ଘେରାଉ

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଫେବୃୟାରୀ ୧୨(ଓଡ଼ିଶା ଡ଼ଟ୍ କମ୍) ନିୟମିତ ଶିକ୍ଷକ ମାନ୍ୟତା ଦାବି ନେଇ ଶିକ୍ଷା ସହାୟକମାନେ ଆସନ୍ତା ୨୧ରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରର୍ଶନ କରିବାକୁ ନିଷ୍ପତି ନେଇଛନ୍ତି ।

ଏନେଇ ଶିକ୍ଷା ସହାୟକ ସଂଘର ରାଜ୍ୟ ସାଂଗଠନିକ ସମ୍ପାଦକ ତଥା ଜିଲ୍ଲା ସଭାପତି ଦୀପକ କୁମାର ସୁତାର ସୋମବାର ଏକ ପ୍ରେସ୍ ବିବୃତିରେ କହିଛନ୍ତି ।

୧୯ରେ ଜିଲ୍ଲା ସ୍ତରରେ ଭଦ୍ରକ ସହରରୁ ଏକ ବିଶାଳ ରାଲ୍ଲୀରେ ବାହାରି ଜିଲ୍ଲାପାଳଙ୍କ ଅଫିସ୍ସ ମ୍ମୁଖରେ ବିକ୍ଷୋଭ ପ୍ରର୍ଶନ କରିବା ସହ ସଭା ଅନୁଷ୍ଠିତ ହେବ ଏବଂ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ ଓ ଶିକ୍ଷାସଚିବଙ୍କୁ ଦାବିପତ୍ର ପଠାଯିବ ।

ଶିକ୍ଷାସହାୟକମାନଙ୍କ ପ୍ରତି ସରକାରଙ୍କ ଏପରି ମନୋଭାବକୁ ଆଉ ସହ୍ୟ କରାଯିବନି ବୋଲି ସଂଘ ସ୍ପଷ୍ଟ କରିଛି ।

ଜଣେ ଶିକ୍ଷା ସହାୟକ ବିଦ୍ୟାଳୟର ଗୁରୁତ୍ୱପୂର୍ଣ୍ଣ ବିଷୟ ଶିକ୍ଷାାଦାନ କରିବା ସଂଗେ ସଂଗେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟ ଭାର ଗ୍ରହଣ କରିବାକୁ ବାଧ୍ୟ କରାଯାଉଛି ଏବଂ ରାଜନୈତିକ ଆକ୍ରୋଶର ଶିକାର ମଧ୍ୟ ହେଉଛି ବୋଲି କୁହାଯାଇଛି ।

ଶିକ୍ଷା ସହାୟକମାନେ ମାସକୁ ଯେଉଁ ଦରମା ପାଇବା କଥା ତାହା ମଧ୍ୟ ମାସକୁ ମାସ ନମିଳି ୩ ମାସ କିମ୍ବା ୪ ମାସରେ ଥରେ ମିଳୁଛି । ତଥାପି ଶିକ୍ଷା ସହାୟକ ମାନେ ବିଦ୍ୟାଳୟର ସମସ୍ତ କାର୍ଯ୍ୟତୁଲାଉଛନ୍ତି ।

ତେଣୁ ସରକାରଙ୍କ ଶିକ୍ଷାମାରଣ ନୀତିକୁ ସଂଘ ଆଗାମୀ ବିଧାନସଭା ନିର୍ବାଚନରେ ଉଚିତ ଜବାବ୍ ଦେବ ବୋଲି ସଂଘ ରାଜ୍ୟ ସଂଯୋଜକ ତଥା ଜିଲ୍ଲା ସଂପାଦକ ତବ୍ରେଜ ଖାନ୍ ଓ କାର୍ଯ୍ୟକାରୀ ସଭାପତି ରବୀନ୍ଦ୍ର ଦାସ କହିଛନ୍ତି ।

ଯଥାଶୀଘ୍ର ଶିକ୍ଷା ସହାୟକଙ୍କୁ ଯଦି ସରକାର ନିୟମିତ ଶିକ୍ଷକର ମାନ୍ୟତା ନିଅନ୍ତି ତେବେ ପରିଣତି ଭୟାଭୟ ହେବ ବୋଲି ସେମାନେ କହିଛନ୍ତି ।

ଶିକ୍ଷା ସହାୟକ ମାନଙ୍କ ଦ୍ୱାରାସରକାର ସମସ୍ତ କାର୍ଯ୍ୟ ତୁଲାଇ ମାସକୁ ମାତ୍ର ୪୦୦୦ ଟଙ୍କା ପାରିତୋଷିକ ଦେଇ ଯୁବ ସମାଜକୁ ଶୋଷଣ କରୁଛନ୍ତି ବୋଲି ସଂଘ ଅଭିଯୋଗ କରିଛି ।

ଜଣେ କୁଶଳୀ ଶ୍ରମିକ ମାସକୁ ୬୦୦୦ ଟଙ୍କା ପାଉଥିବା ସ୍ଥଳେ ଶିକ୍ଷା ସହାୟକ ମାନଙ୍କୁ ତାଙ୍କ ଠାରୁ ହୀନ ଦୃଷ୍ଟିରେ ଦେଖୁଛନ୍ତି, ସଂଘ ପକ୍ଷରୁ କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version