Site icon Odisha.com

ଆୟକର ଅଧିକାରୀ ସିବିଆଇ ଦ୍ୱାରାଗିରଫ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ରାଉରକେଲା, ମାର୍ଚ୍ଚ ୧୨(ଓଡ଼ିଶା ଡ଼ଟ୍ କମ୍) ଲାଂଚ ନେବା ବେଳେ ସୋମବାର ରାଉରକେଲା
ଉଦିତନଗର ସ୍ଥିତ ଆୟକର ବିଭାଗର ଜଣେ ଅଧିକାରୀଙ୍କୁ ସିବିଆଇ ଗିରଫ କରିଛି ।

ଶକ୍ତିନଗର ଅଂଚଳର ଜଣେ ବ୍ୟକ୍ତିଙ୍କ ଆୟକର ରିଫଣ୍ଡ ବାବଦରେ ୧୭ ହଜାର ଟଙ୍କା ପାଇବାକୁ ଥିବା
ବେଳେ ଆୟକର କାର୍ଯ୍ୟାଳୟର ଟ୍ୟାକ୍ସ ଆସିଷ୍ଟାନ୍ଟ ରାଜୀବ ରଞ୍ଜନ ରାୟ ୧୨ ହଜାର ଟଙ୍କା ଦେଲେ
ଏହି ଅର୍ଥ ମିଳିବ ବୋଲି କହିଥିଲେ ।

ତେବେ ଏତେ ଟଙ୍କା ସେ ଦେଇ ପାରିବେ ନାହିଁ ବୋଲି ସଂପୃକ୍ତ ବ୍ୟକ୍ତି କହିବା ପରେ ଉଭୟଙ୍କ ମଧ୍ୟରେ
ଆଠ ହଜାର ଟଙ୍କା ଚୁଡ଼ାନ୍ତ ହୋଇଥିଲା ।

ଏ ସଂପର୍କରେ ସଂପୃକ୍ତ ବ୍ୟକ୍ତି ସ୍ଥାନୀୟ ସିବିଆଇ ଅଧିକାରୀଙ୍କୁ ଜଣାଇ ଯୋଜନା ମୁତାବକ ପୂର୍ବ
ନିର୍ଦ୍ଧାରିତ ଟଙ୍କା ରାୟଙ୍କୁ ଦେଉଥିବା ବେଳେ ସିବିଆଇ ଅଧିକାରୀମାନେ ଗିରଫ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version