Site icon Odisha.com

କେଏସ୍ଆର୍ଏମ୍ରେ ଶତପ୍ରତିଶତ ପ୍ଲେସ୍ମେଂଟ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ମାର୍ଚ୍ଚ ୧୨(ଓଡ଼ିଶା ଡ଼ଟ୍ କମ୍) କ୍ରମାଗତ ଭାବେ ଚତୁର୍ଥ ବର୍ଷ ପାଇଁ କିଟ୍ ସ୍କୁଲ ଅଫ୍ ରୁରାଲ ମ୍ୟାନେଜମେଂଟରେ ଶତପ୍ରତିଶତ ପ୍ଲେସମେଂଟ ହୋଇଛି ।

ବିଭିନ୍ନ ଡେଭଲପ୍ମେଂଟ ଓ କର୍ପୋରେଟ୍ କ୍ଷେତ୍ରରେ ରୁରାଲ୍ ମ୍ୟାନେଜମେଂଟ ଛାତ୍ରଛାତ୍ରୀମାନେ ଏହି ସଫଳତା ହାସଲ କରିଛନ୍ତି ।

ଜିସିଏମ୍ଏମ୍ଏଫ୍(ଅମୂଲ), ବିହାର ରୁରାଲ ଲାଇଭ୍ଲିହୁଡ଼ ପ୍ରମୋସନ ସୋସାଇଟି, ସୋସାଇଟି ଫର୍ ଏଲିମିନେସନ ଅଫ୍ ରୁରାଲ ସୋସାଇଟି, ରିଲାଏନ୍ସ ଫାଉଣ୍ଡେସନ୍, ନାବାର୍ଡ଼ ଭଳି ଜାତୀୟ ଓ
ଆନ୍ତର୍ଜାତୀୟ କମ୍ପାନୀମାନେ ଏହି ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ ଜରିଆରେ ଚୟନ କରି ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ।

ସେହିପରି ଅ।ଦାନି ୱିଲମର ଲିମିଟେଡ଼୍, ଆର୍ଜେ ଗୃପ, ମିଣ୍ଡା ନେକ୍ଷ୍ଟ ଜେନେରେସନ୍ ଟେକ୍ନୋଲୋଲି ଲିମିଟେଡ଼୍, ଭଳି କର୍ପୋରେଟ୍ କମ୍ପାନୀ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଚୟନ କରିଥିବା କୁହାଯାଇଛି ।

୨୦ଟି କମ୍ପାନୀ ସ୍କୁଲ୍ର ଚତୁର୍ଥ ବ୍ୟାଚ୍ର ସମସ୍ତ ଛାତ୍ରଛାତ୍ରୀଙ୍କୁ ଗ୍ରହଣ କରିଥିବା ବେଳେ ସେମାନଙ୍କୁ ବାର୍ଷିକ ସର୍ବନିମ୍ନ ୪.୩ ଲକ୍ଷ ଟଙ୍କା ଏବଂ ସର୍ବାଧିକ ୬.୯ଲକ୍ଷ ଦରମା ବୋକୁ ସ୍ଥିର ହୋଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version