Site icon Odisha.com

ପୋସ୍କୋ ବିରୋଧୀ ନେତା ଅଭୟଙ୍କୁ ଜାମିନ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ମାର୍ଚ୍ଚ ୧୩(ଓଡ଼ିଶା ଡ଼ଟ୍ କମ୍) ଏକ ଯୌତୁକ ଜନିତ ହତ୍ୟା ଘଟଣାରେ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଗିରଫ ହୋଇଥିବା ପୋସ୍କୋ ବିରୋଧୀ ନେତା ଅଭୟ ସାହୁଙ୍କୁ ହାଇକୋର୍ଟ ମଙ୍ଗଳବାର ଜାମିନ ପ୍ରଦାନ କରିଛନ୍ତି ।

ଦଳିତଙ୍କୁ ଦୁର୍ବ୍ୟବହାର ଏବଂ ପୋସ୍କୋ ହିଂସାକାଣ୍ଡ ଘଟଣାରେ ପୂର୍ବରୁ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ । ପୋଲିସ ତାଙ୍କ ବିରୁଦ୍ଧରେ ତଳିତଙ୍କୁ ଦୁର୍ବ୍ୟବହାର ଏବଂ ସେମାନଙ୍କୁ ଜରିମାନା କରିବା ଭଳି ମାମଲା ରୁଜୁ କରିଥିଲା ।

ଉପରୋକ୍ତ ତିନୋଟି ମାମଲାରେ ପୋଲିସ ତାଙ୍କୁ ଗିରଫ କରି କୁଜଙ୍ଗ ସବ୍ଜେଲକୁ ପଠାଇଥିଲା ଏବଂ ପରେ ସୁରକ୍ଷା ଦୃଷ୍ଟିରୁ ଚୌଦ୍ଵାର ଜେଲକୁ ସ୍ଥାନାନ୍ତର କରାଯାଇଥିଲା ।

ଏହି ଜାମିନ ପରେ ସାହୁ ଆସନ୍ତାକାଲି ଚୌଦ୍ୱାର ଜେଲରୁ ଖଲାସ ହୋଇପାରନ୍ତି ବୋଲି ସଂଗ୍ରାମ
ସମିତିର ଜଣେ ନେତା କହିଛନ୍ତି । ଗତ ୨୫ ନଭେମ୍ବର ୨୦୧୧ରେ ଅଭୟ ଭୁବନେଶ୍ୱରରୁ ଢିଙ୍କିଆ
ଫେରୁଥିବା ବେଳେ ପୋଲିସ ତାଙ୍କୁ ଗିରଫ କରିଥିଲା ।

ଜାମିନ ମିଳିବା ପରେ ପୋସ୍କୋ ବିରୋଧୀ ଗୋଷ୍ଠୀ ତଥା ପ୍ରତିରୋଧ ସଂଗ୍ରାମ ସମିତି କର୍ମକର୍ତାଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳିଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version