Site icon Odisha.com

ଫେରାର୍ ଆଇଆଇସିଙ୍କ କୋର୍ଟରେ ଆତ୍ମସମର୍ପଣ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନିମାପଡ଼ା, ମାର୍ଚ୍ଚ ୧୩(ଓଡ଼ିଶା ଡ଼ଟ୍ କମ୍) ଲାଂଚ ନେବା ବେଳେ ଗିରଫ ହୋଇ ଫେରାର୍
ହୋଇଯାଇଥିବା ପୁରୀ ଜିଲ୍ଲା ନିମାପଡ଼ାର ନିଲମ୍ବିତ ଥାନା ଅଧିକାରୀ ମଙ୍ଗଳବାର ସ୍ଥାନୀୟ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି ।

ତତ୍କାଳୀନ ଥାନା ଅଧିକାରୀ ବିମଳ ନାୟକ ନିମାପଡ଼ା ଜେଏମ୍ଏଫ୍ସିଙ୍କ କୋର୍ଟରେ ଆତ୍ମସମର୍ପଣ କରି ଜାମିନ ଆବେଦନ କରିଛନ୍ତି । ପୂର୍ବରୁ ହାଇକୋର୍ଟ ତାଙ୍କୁ ଆଗୁଆ ଜାମିନ ପ୍ରଦାନ କରିବା ସହ ତଳ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ ।

ଗତ ଜାନୁୟାରୀ ୬ ତାରିଖରେ ଜଣେ ବ୍ୟକ୍ତିଙ୍କ ଠାରୁ ପାଂଚ ହଜାର ଟଙ୍କା ଲାଂଚ ନେବାବେଳେ
ନାୟକଙ୍କୁ ଭୁବନେଶ୍ୱର ଭିଜିଲାନ୍ସର ଏକ ଦଳ ଗିରଫ କରିଥିଲା ।

ପରେ ସ୍ଥାନୀୟ ଅଂଚଳର ଲୋକମାନେ ଥାନାରେ ପହଂଚି ଭିଜିଲାନ୍ସ ଅଧିକାରୀଙ୍କ ଠାରୁ ତାଙ୍କୁ ଛଡ଼ାଇ ନେଇଥିଲେ । ସେହିିନ ଠାରୁ ସେ ଫେରାର୍ ଥିଲେ ।

ଏହାପରେ ପୋଲିସ ମହାନିର୍ଦ୍ଦେଶକ ନାୟକଙ୍କୁ ଚାକିରୀରୁ ନିଲମ୍ବିତ କରିଥିବା ବେଳେ କୋର୍ଟ ତାଙ୍କ ବିରୁଦ୍ଧରେ ଗିରଫ ପରୱାନା ଜାରି କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version