Site icon Odisha.com

ସମୁନ୍ଦ୍ରରେ ବୁଡ଼ି ବିଦେଶୀ ମହିଳା ପର୍ଯ୍ୟଟକଙ୍କ ମୃତ୍ୟୁ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ, ମାର୍ଚ୍ଚ ୧୩(ଓଡ଼ିଶା ଡ଼ଟ୍ କମ୍) ପୁରୀ ସମୁନ୍ଦ୍ରରେ ମଙ୍ଗଳବାର ଗାଧୋଉଥିବାବେଳେ ଜଣେ ବିଦେଶୀ ମହିଳା ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ପୋଲିସ କହିଛି ।

ଋଷର ଏହି ମହିଳା ଜଣକ ନିଜ ସଂପର୍କୀୟଙ୍କ ସହ ବୁଲିବାକୁ ଆସି ବଳିଆପଣ୍ଡା ଥାନା ଅନ୍ତର୍ଗତ ସମୁନ୍ଦ୍ରରେ ଗାଧୋଉଥିବା ବେଳେ ହଠାତ ଜୁଆର ଆସିବାରୁ ସେ ପାଣି ଭିତରକୁ ଚାଲିଯାଇଥିଲେ ।

ପରେ ତାଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା ଏବଂ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version