Site icon Odisha.com

ଲେସ୍ଲୀଙ୍କୁ ଧମକ ମାମଲାରେ ରାଜାକୁ ୧ବର୍ଷ ଜେଲ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୧୩(ଓଡ଼ିଶା ଡ଼ଟ୍ କମ୍) ବହୁ ଚର୍ଚ୍ଚିତ ଅଭିନେତ୍ରୀ ଲେସ୍ଲୀ ତ୍ରିପାଠୀଙ୍କୁ ଧମକ ମାମଲାର ରାୟ ମଙ୍ଗଳବାର ପ୍ରକାଶ ପାଇଥିବା ବେଳେ ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟକୁ କୋର୍ଟ ଏକ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

ଦୀର୍ଘ ଚାରି ବର୍ଷ ଧରି ବିଚାର ଚାଲିଥିବା ଏହି ମାମଲାରେ ପାଂଚ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଭୁବନେଶ୍ୱର ଜେଏମ୍ଏଫ୍ସି କୋର୍ଟ ଏହି ରାୟ ଶୁଣାଇଛନ୍ତି । ଲେସ୍ଲୀ, ତାଙ୍କ ବାପା, ଭାଇ ଏବଂ ଦୁଇ ଜଣ ତଦନ୍ତକାରୀ ଅଧିକାରୀ ସାକ୍ଷ୍ୟ ପ୍ରଦାନ କରିଥିଲେ ।

ଗତ ୨୦୦୮ ମାର୍ଚ୍ଚ ୬ରେ ରାଜା ଲେସ୍ଲୀଙ୍କୁ ଫୋନ୍ରେ ଧମକ ଦେବା ସହ ମୋବାଇଲରେ ମେସେଜ ପଠାଇଥିବା ଅଭିଯୋଗ ହୋଇଥିଲା ।

ପୂର୍ବରୁ ଜୁଡ଼ୋ କୋଚ୍ ବିରଂଚି ଦାସ ହତ୍ୟା ମାମଲାରେ ରାଜା ଏବଂ ତା’ର ସହଯୋଗୀ ଚଗଲାକୁ ଆଜୀବନ ଦଣ୍ଡାଦେଶ ହୋଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version