ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ମାର୍ଚ୍ଚ ୧୩(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ମଙ୍ଗଳବାର ଅନୁଷ୍ଠିତ ଜିଲ୍ଲାପରିଷଦ ନିର୍ବାଚନରେ ୨୮ଟିରେ ବିଜେଡ଼ି ଏବଂ ୨ଟି ଜିଲ୍ଲାରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚିତ ହୋଇଥିବା ନିର୍ବାଚନ କମିଶନ ପକ୍ଷରୁ କୁହାଯାଇଛି ।
କନ୍ଧମାଳ ଏବଂ ଝାରସୁଗୁଡ଼ାରେ କଂଗ୍ରେସ ଦଳର ଜିଲ୍ଲାପରିଷଦ ଅଧ୍ୟକ୍ଷ ହୋଇଥିବା ବେଳେ ଅନ୍ୟ ସମସ୍ତ ଜିଲ୍ଲାରେ ବିଜେଡ଼ି ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୮ ଜଣ ମହିଳା ଅଧ୍ୟକ୍ଷା ନିର୍ବାଚିତ ହୋଇଛନ୍ତି ।
ମୋଟ୍ ୮୫୪ ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ କାଶୀପୁର ବ୍ଲକର ତିନୋଟି ଜୋନ୍ ବ୍ୟତୀତ ଅନ୍ୟ ୮୫୧ ଜିଲ୍ଲା ପରିଷଦ ଜୋନ୍ ର ସଦସ୍ୟମାନେ ଅଧ୍ୟକ୍ଷ ନିର୍ବାଚିତ କରିଛନ୍ତି ।
ଏହି ଜୋନ୍ ଗୁଡ଼ିକ ମଧ୍ୟରୁ ପଞ୍ଚାୟତ ନିର୍ବାଚନରେ ବିଜେଡ଼ି ୬୫୧, କଂଗ୍ରେସ ୧୨୮, ବିଜେପି ୩୬, ସିପିଆଇ ୨, ସିପିଏମ୍ ୧, ଜେଏମ୍ଏମ୍ ୧୧ ଏବଂ ସ୍ୱାଧିନ ସଦସ୍ୟମାନେ ୨୨ଟି ଆସନରେ ବିଜୟୀ ହୋଇଥିଲେ ।
ଓଡ଼ିଶା ଡ଼ଟ୍ କମ୍