Site icon Odisha.com

ରେଳ ବଜେଟ୍ରେ ଓଡ଼ିଶାକୁ ୧୪ଟି ନୂତନ ଟ୍ରେନ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନୂଆିଲ୍ଲୀ, ମାର୍ଚ୍ଚ୧୪ (ଓଡ଼ିଶା ଡ଼ଟ୍ କମ୍) କେନ୍ଦ୍ର ରେଳମନ୍ତ୍ରୀ ଦିନେଶ ତ୍ରିବେଦୀ ବୁଧବାର ସଂସଦରେ ୨୦୧୨-୧୩ ଆର୍ଥିକ ବର୍ଷ ପାଇଁ ରେଳ ବଜେଟ ଉପସ୍ଥାପନ କରିଥିବା ବେଳେ ଓଡ଼ିଶା ପାଇଁ ୧୪ଟି ନୂତନ ଟ୍ରେନ୍ର ବ୍ୟବସ୍ଥା କରାଯାଇଛି ।

ନୂତନ ଟ୍ରେନ୍ ଗୁଡ଼ିକ ହେଲା ପୁରୀ-ବିକାନେର ଭାୟା ଝାରସୁଗୁଡ଼ା(ସାପ୍ତାହିକ), ଭୁବନେଶ୍ୱର- ଭବାନୀପାଟଣା ଭାୟାବିଜୟନଗରମ୍ (ଦୈନିକ), ସିକନ୍ଦରାବା-ରଭଙ୍ଗା(ସପ୍ତାହକୁ ୨ଥର), ପୁରୀ-ଯଶୱନ୍ତପୁର ଗରିବ ରଥ(ସାପ୍ତାହିକ), ଭୁବନେଶ୍ୱର-ତିରୁପତି ଏକ୍ସପ୍ରେସ(ସାପ୍ତାହିକ) ।

ଶାଲିମାର-ଚେନ୍ନାଇ ଭାୟା ଭୁବନେଶ୍ୱର, ଦୁର୍ଗ-ଟିଟିଲାଗଡ଼-ଜଗଲପୁର, ସିକନ୍ଦରାବାଦ-ଶାଲିମାର, ବଡ଼ବିଲ-ଚକ୍ରଧରପୁର ଇଂଟରସିଟି, ପୁରୀ-ଚେନ୍ନାଇ(ସାପ୍ତାହିକ), ଆସାନସୋଲ-ଚେନ୍ନାଇ ଭାୟା ସମ୍ବଲପୁର, ବିଶାଖାପାଟଣା-ଲୋକମାନ୍ୟତିଲକ ଭାୟା ଝାରସୁଗୁଡ଼ା, ବିଙ୍ଗିରିପୋଷି-ବାରିପଦା ଡ଼ିଏମ୍ୟୁ ।

ସେହିପରି ତିନୋଟି ଟ୍ରେନ୍କୁ ସଂପ୍ରସାରଣ କରାଯାଇଛି । ସେଗୁଡ଼ିକ ହେଲା ହାୱଡ଼ା-କୋରାପୁଟ ସମଲେଶ୍ୱରୀ ଏକ୍ସପ୍ରେସ ଜଗଲପୁର ପର୍ଯ୍ୟନ୍ତ, ରାୟପୁର-କେସିଙ୍ଗା ପାସେଞ୍ଜର ଟ୍ରେନ୍
ଭବାନୀପାଟଣା ପର୍ଯ୍ୟନ୍ତ ଏବଂ ଭୁବନେଶ୍ୱର-ଝାରସୁଗୁଡ଼ା ରାଜ୍ୟରାଣୀ ଏକ୍ସପ୍ରେସ ରାଉରକେଲା
ପର୍ଯ୍ୟନ୍ତ ଯିବ ।

ଗଞ୍ଜାମ ଜିଲ୍ଲା ସୀତାପାଲୀରେ ରେଳଡ଼ବା କାରଖାନା ସ୍ଥାପନ କରିବା ପାଇଁ ରେଳମନ୍ତ୍ରୀ ବଜେଟ୍ରେ ବ୍ୟବସ୍ଥା କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version