Site icon Odisha.com

ଚୋରି ଅଭିଯୋଗରେ ଇଂଜିନିୟରଙ୍କ ସମେତ ୪ ଗିରଫ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୧୪(ଓଡ଼ିଶା ଡ଼ଟ୍ କମ୍) ଚୋରି ଅଭିଯୋଗ ଇନ୍ଫୋସିଟି ଥାନା ପୋଲିସ ବୁଧବାର ୨ଜଣ ଇଞ୍ଜିନିୟରଙ୍କ ସମେତ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସେମାନଙ୍କ ଠାରୁ ପ୍ରାୟ ୧୦ ଲକ୍ଷ ଟଙ୍କା ମୂଲ୍ୟର ପାଣି ପାଇପ୍, ବ୍ୟବହୃତ ଟ୍ରଲର ଓ ଗୋଟିଏ
ହାଇଡ୍ରୋଲିକ୍ ମେସିନ୍ ମଧ୍ୟ ଜବତ କରିଛି । ଉକ୍ତ ପାଇପ୍ ଗୁଡ଼ିକ ନୂଆ ପାଣି ଲାଇନ୍ରେ ବ୍ୟବହାର ପାଇଁ ରଖାଯାଇଥିବା ବେଳେ ସେଗୁଡ଼ିକୁ ଏମାନେ ଚୋରି କରିଥିବା ପୋଲିସ କହିଛି ।

ଗିରଫ ଯୁବକମାନେ ୧୨ଟି ପାଇପ୍ ନେଇ ପଳାଉଥିବା ବେଳେ ପେଟ୍ରୋଲିଂ ସମୟରେ ପୋଲିସ
ସେମାନଙ୍କୁ ଗିରଫ କରିଥିଲା । ଗିରଫ ଦୁଇ ଇଂଜିନିୟରଙ୍କ ଘର କଟକ ଓ ଭୁବନେଶ୍ୱରରେ ବୋଲି
ପୋଲିସ କହିଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version