Site icon Odisha.com

ରେଳ ବଜେଟ୍ ନୈରାଶ୍ୟଜନକ: ମୁଖ୍ୟମନ୍ତ୍ରୀ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୧୪(ଓଡ଼ିଶା ଡ଼ଟ୍ କମ୍) ବୁଧବାର ସଂସଦରେ ୨୦୧୨-୧୩ ଆର୍ଥିକ ବର୍ଷ ପାଇଁ ରେଳ ବଜେଟ୍ ଉପସ୍ଥାପନ କରାଯାଇଥିବା ବେଳେ ଏହା ନୈରାଶ୍ୟଜନକ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

ବଜେଟ୍ ରେ ଓଡ଼ିଶାକୁ ଅଣଦେଖା କରାଯାଇଛି । ଯାତ୍ରୀ ଭଡ଼ା ବୃଦ୍ଧି କରାଯାଇଥିବାରୁ ଏହା ସାଧାରଣ ଲୋକଙ୍କୁ ଅଧିକ ପ୍ରଭାବିତ କରିବ ବୋଲି ସେ କହିଛନ୍ତି ।

ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ପାଇଁ ସରକାର ୨୩୪୫ କୋଟି ଟଙ୍କା ଦାବି କରିଥିବା ବେଳେ ଏଥିରେ ମାତ୍ର ୭୧୩.୯୮ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ଯାହା ବହୁତ କମ୍, ସେ କହିଛନ୍ତି ।

ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପାଇଁ ୧୯ଟି ଏକ୍ସପ୍ରେସ ଟ୍ରେନ୍ ଚଳାଚଳ ପାଇଁ ଦାବି କରାଯାଇଥିବା ବେଳେ ବଜେଟ୍ ରେ ମାତ୍ର ୬ଟି ପାଇଁ ବ୍ୟବସ୍ଥା କରାଯାଇଛି । ଗତ ବଜେଟ୍ ରେ ଘୋଷଣା କରାଯାଇଥିବା କେତେକ ଟ୍ରେନ୍ ଚଳାଚଳ ବର୍ତମାନ ମଧ୍ୟ ହୋଇପାରି ନାହିଁ ବୋଲି ସେ କହିଛନ୍ତି ।

୧୧ଟି ନୂତନ ରେଳ ଲାଇନ୍ ପାଇଁ ଘୋଷଣା କରାଯାଇଥିବା ବେଳେ ଓଡ଼ିଶା ପାଇଁ ଗୋଟିଏ ମଧ୍ୟ ବ୍ୟବସ୍ଥା କରାଯାଇ ନାହିଁ । ଭୁବନେଶ୍ୱର ଏବଂ ପୁରୀକୁ ବିଶ୍ୱସ୍ତରୀୟ ଷ୍ଟେସନରେ ପରିଣତ କରିବା ପାଇଁ ଗତ ୨୦୧୦ ବଜେଟ୍ ରେ ଘୋଷଣା କରାଯାଇଥିଲା କିନ୍ତୁ ସେଗୁଡ଼ିକ କାର୍ଯ୍ୟକାରୀ କରାଯାଇ ନାହିଁ, ନବୀନ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version