Site icon Odisha.com

ଛାଉଣି ମଠ ଜବରଦଖଲ ଉଚ୍ଛେଦ ନିର୍ଦ୍ଦେଶ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ମାର୍ଚ୍ଚ ୧୫(ଓଡ଼ିଶା ଡ଼ଟ୍ କମ୍) ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ଓ ମେଘନାଦ ପାଚେରୀ ଅସୁରକ୍ଷିତହୋଇପଡ଼ିଥିବା ଦର୍ଶାଇ ଆଗତ ମାମଲାର ଶୁଣାଣି କରି ଗୁରୁବାର ହାଇକୋର୍ଟ ଛାଉଣି ମଠ ଜବରଦଖଲ ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସିଂହଦ୍ୱାର ଓ ମେଘନାଦ ପ୍ରାଚୀର ଆଡ଼କୁ ଛାଉଁଣି ମଠର କିଛି ଅଂଶ ମାଡ଼ି ଆସିଥିବାରୁ ପ୍ରତ୍ନତତ୍ୱ ବିଭାଗଏହାକୁ ତୁରନ୍ତ ଭାଙ୍ଗି ସିଂହ୍ୱାର ଓ ମେଘନା ପାଚେରୀକୁ ଜବରଖଲ ମୁକ୍ତ କରିବା ପାଇଁ ଆଦେଶ ଦିଆଯାଇଛି ।

ବିଚାରପତି ପ୍ରଦୀପ ମହାନ୍ତି ଓ ବିଚାରପତି ଇନ୍ଦ୍ରଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଏସ୍ଆଇ ତତ୍ୱାବଧାନରେ ଉକ୍ତ ଅଂଶକୁ ଭାଙ୍ଗି ଆସନ୍ତା ୩ ମାସ ମଧ୍ୟରେ କାର୍ଯ୍ୟ ସଂପୂର୍ଣ୍ଣ କରି ରିପୋର୍ଟ ।ଦାଖଲ କରିବାକୁ କହିଛନ୍ତି ।

ଉଚ୍ଛେଦ କାର୍ଯ୍ୟ ସମୟରେ ମଠ ପ୍ରଶାସନ ସହଯୋଗ କରିବା ସହ ଏହି କାର୍ଯ୍ୟ ସମୟରେ ମଠ ଓ
ମନ୍ଦିରର ଯେପରି କୌଣସି କ୍ଷତି ନହେବ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି ।

ଏହି ମାମଲାରେ ପୁରୀ ଜିଲ୍ଲାପାଳଙ୍କ ପକ୍ଷରୁ ହାଇକୋର୍ଟରେ ଏକ ରିପୋର୍ଟ ଦାଖଲ କରାଯାଇଥିଲା । ଏହି ସତ୍ୟପାଠରେ ଛାଉଣୀ ମଠ, ପ୍ରତିହାରୀ ନିଯୋଗ ଓ ବଡ଼ଛତା ମଠ ସିଂହ୍ୱାର ଗୁମୁଟ ପ୍ରତି ବିପଦ ସୃଷ୍ଟି କରୁଥିବାରୁ ଏହି ସୌଧ ଗୁଡ଼ିକୁ ଭାଙ୍ଗିଦେବା ପାଇଁ ଜିଲ୍ଲାପାଳ ଉଲ୍ଲେଖ କରିଥିଲେ ।

ମଙ୍ଗଳବାର ହାଇକୋର୍ଟର ଦୁଇ ଜଣ ବିଚାରପତି ଶ୍ରୀମନ୍ଦିର ଯାଇ ଘଟଣାସ୍ଥଳ ପରିଦର୍ଶନ କରି ଅନୁଧ୍ୟାନ କରିଥିଲେ । ପୂର୍ବରୁ ଛାଉଣୀମଠ ଉପରେ ହାଇକୋର୍ଟ ସ୍ଥିତାବସ୍ଥା ବଜାୟ ରଖିବାପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version