Site icon Odisha.com

ପୋସ୍କୋ: ପାରାଦ୍ଵୀପ ବନ୍ଦର ସର୍ଭେ ପାଇଁ କମିଟି

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ପାରାଦ୍ଵୀପ, ମାର୍ଚ୍ଚ ୧୫(ଓଡ଼ିଶା ଡ଼ଟ୍ କମ୍) ପୋସ୍କୋ ପ୍ରକଳ୍ପ ପାଇଁ ପାରାଦ୍ଵୀପ ବନ୍ଦର ବ୍ୟବହାର ନେଇ ସର୍ଭେ ନିମନ୍ତେ ଏକ ଛଅ ଜଣିଆ କମିଟି ଗଠନ କରିବାକୁ ନିଷ୍ପତି ନିଆଯାଇଛି ।

ବନ୍ଦରର ସୁବିଧା ସୁଯୋଗ ତଥା ଅନ୍ୟ ବିଷୟ ଉପରେ ସର୍ଭେ ପାଇଁ ଗଠିତ ଏହି କମିଟିରେ ବନ୍ଦରରତିନି ଜଣ ଏବଂ ପୋସ୍କୋ କମ୍ପାନୀର ତିନି ଜଣ ସଦସ୍ୟ ରହିବେ । ଆସନ୍ତା ଅପ୍ରେଲ ୨ରୁ ୧୪ ପର୍ଯ୍ୟନ୍ତ ସର୍ଭେ କାର୍ଯ୍ୟ ଚାଲିବ ବୋଲି କୁହାଯାଇଛି ।

ବନ୍ଦର କର୍ତୃପକ୍ଷଙ୍କ ପ୍ରସ୍ତାବ ଅନୁଯାୟୀ ଗୁରୁବାର ପୋସ୍କୋ ଉପ-ପରିଚାଳନା ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏକ ଦଳ ପାରାଦ୍ଵୀପରେ ପହଞ୍ଚି ବନ୍ଦର ଅଞ୍ଚଳ ବୁଲି ଦେଖିବା ସହ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ବନ୍ଦରର ବିଭିନ୍ନ କାର୍ଯ୍ୟ, ବର୍ଥ, କ୍ଷମତା ଏବଂ ଭବିଷ୍ୟତ ଯୋଜନା ବିଷୟରେ ଅଧିକାରୀମାନେ
ପୋସ୍କୋ ଅଧିକାରୀଙ୍କୁ ଅବଗତ କରାଇଥିଲେ ।

ଚାରି ମିଲିଅନ ଟନ୍ ବିଶିଷ୍ଟ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ପାଇଁ କମ୍ପାନୀ ବନ୍ଦର ସାହାଯ୍ୟରେ ୨୫ ମିଲିଅନ୍
ଟନ୍ କଞ୍ଚାମାଲ ନେବା ଆଣିବା କରିବ ବୋଲି ଆଲୋଚନା ସମୟରେ ପୋସ୍କୋ ଅଧିକାରୀମାନେ କହିଛନ୍ତି ।

ଖୁବ୍ ଶୀଘ୍ର କମ୍ପାନୀ ତା’ର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବ ଏବଂ ଏଥିପାଇଁ ପାରାଦ୍ବୀପ ବନ୍ଦର ସାହାଯ୍ୟରେ ଜାହାଜ ଚଳାଚଳ କରିବାକୁ ଯୋଜନା କରାଯାଇଛି ବୋଲି ଜଣେ ଅଧିକାରୀ କହିଛନ୍ତି ।

“ପ୍ରଥମ ଥର ପାଇଁ ପୋର୍ଟ ଟ୍ରଷ୍ଟ ଏବଂ ପୋସ୍କୋ ମଧ୍ୟରେ ଆଲୋଚନା ହୋଇଛି ଏବଂ କମ୍ପାନୀର ଏକ ଦଳ ବନ୍ଦରର ସୁବିଧା ସୁଯୋଗ ବିଷୟରେ ଅନୁଧ୍ୟାନ କରିଛନ୍ତି । ତେଣୁ ପ୍ରକଳ୍ପ କାର୍ଯ୍ୟ ପାଇଁ ବନ୍ଦର ବ୍ୟବହାର ଉପରେ ଆମେ ଆଶୀର୍ବାଦ ଅଛୁ” ବନ୍ଦର ଉପାଧ୍ୟକ୍ଷ ଅନନ୍ତ କୁମାର ବୋଷ କହିଛନ୍ତି ।

ପୋସ୍କୋ ପ୍ରକଳ୍ପ କାର୍ଯ୍ୟରେ ପାରାଦ୍ବୀପ ବନ୍ଦରକୁ ବ୍ୟବହାର କରିବା ପାଇଁ ଗତମାସରେ ବନ୍ଦର ଅଧ୍ୟକ୍ଷ ଜି.ଜଗନ୍ନାଥ ରାଓ ପୋସ୍କୋ କର୍ତୃପକ୍ଷଙ୍କୁ ପ୍ରସ୍ତାବ ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version