ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ମାର୍ଚ୍ଚ ୧୫(ଓଡ଼ିଶା ଡ଼ଟ୍ କମ୍) ବଜେଟ୍ ଅଧିବେଶନରଦ୍ୱିତୀୟ ପର୍ଯ୍ୟାୟରଦ୍ୱିତୀୟଦିନ ଗୁରୁବାର ବିଧାନସଭାରେ ମରୁଡ଼ି ଘୋଷଣା ଏବଂ ରେଳ ବଜେଟ୍ରେ ଓଡ଼ିଶାକୁ ଅବହେଳା ପ୍ରସଙ୍ଗ ନେଇ ଗୃହରେ ହଟ୍ଟଗୋଳ ହେବା ସହ ବାରମ୍ବାର ମୁଲତବୀ ହୋଇଛି ।
ଏହି ଦୁଇ ପ୍ରସଙ୍ଗକୁ ନେଇ ଉଭୟ ସରକାରୀ ଓ ବିରୋଧୀ ଦଳ ସଭ୍ୟମାନେ ହଟ୍ଟଗୋଳ କରିଥିଲେ ।
ଫଳରେ ବାଚସ୍ପତିଙ୍କୁ ଗୃହକୁ ତିନିଥର ମୁଲତବୀ ଘୋଷଣା କରିଥିଲେ ।
ପ୍ରଶ୍ନକାଳ ଆରମ୍ଭ ହେବା ପରେ ବିରୋଧୀ ଦଳ ନେତା ଭୂପିନ୍ଦର ସିଂହ ମରୁଡ଼ି ଘୋଷଣା ପ୍ରସଙ୍ଗ ଉଠାଇ ସରକାର ଗୃହକୁ ବିଶ୍ୱାସନକୁ ନନେଇ ଗୃହ ବାହାରେ ମରୁଡ଼ିଘୋଷଣା କରିଛନ୍ତି ବୋଲି କହିଥିଲେ ।
ଏହାଦ୍ୱାରାଗୃହର ମର୍ଯ୍ୟ।ଦା ହାନି ହୋଇଛି । ତେଣୁ ବାଚସ୍ପତି କାର୍ଯ୍ୟକ୍ରମକୁ ବାତିଲ କରି ଏହି ପ୍ରସଙ୍ଗ ଉପରେ ଆଲୋଚନା କରନ୍ତୁ । ଗୃହ ବାହାରେ ସରକାର କାହିଁକି ଘୋଷଣା କଲେ ତାହାର ସଠିକ୍ ଜବାବ୍ ଦିଅନ୍ତୁ ବୋଲି ସେ କହିଥିଲେ ।
ବିରୋଧୀ ଦଳ ନେତା ନିଜର ବକ୍ତବ୍ୟ ଦେଉଥିବା ବେଳେ ବିରୋଧୀ ସଦସ୍ୟମାନେ ଗୃହର ମଧ୍ୟ
ଭାଗକୁ ଆସି ବିଭିନ୍ନ ସ୍ଲୋଗାନ ଦେଇ ରାଜସ୍ୱମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ ।
ହଟ୍ଟଗୋଳ ମଧ୍ୟରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଚାଲୁରହିଥିଲା ଏବଂ ଉଚ୍ଚଶିକ୍ଷା ଓ ଗଣଶିକ୍ଷା ବିଭାଗ
ଉପରେ ଆଲୋଚନା ହୋଇଥିଲା ।
ହଟ୍ଟଗୋଳ ଯୋଗୁଁ ବାଚସ୍ପତି ମାତ୍ର ୧୫ ମିନିଟ୍ ପରେ ୧୦.୪୫ରୁ ୧୧.୫୦ ଯାଏ ଗୃହକୁ ମୁଲତବୀ ରଖିଥିଲେ । ପରେ ପୁଣି ଗୃହ କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ବିରୋଧୀ କଂଗ୍ରେସ ସଭ୍ୟମାନେ ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଉଠିବାକୁ ବାଚସ୍ପତିଙ୍କ ଚୌକି ଚାରିପଟରେ ଘେରି ରହିଥିଲେ ।
ତେବେ ସରକାରୀ ଦଳର ସଭ୍ୟମାନେ ଓଡ଼ିଶା ପ୍ରତି ରେଳବାଇର ଅବହେଳା ପ୍ରତିବାରେ ସ୍ଲୋଗାନ
ଦେଇଥିଲେ । ପୁଣି ବାଚସ୍ପତି ଗୃହକୁ ଆସିବା ପରେ ବିରୋଧୀ ଦଳର ସଭ୍ୟମାନେ ମରୁଡ଼ି ଘୋଷଣାପ୍ରସଙ୍ଗ ଓ ସରକାରୀ ଦଳର ସଭ୍ୟମାନେ ଓଡ଼ିଶା ପ୍ରତି ରେଳବାଇର ଅବହେଳା ପ୍ରସଙ୍ଗକୁ ନେଇ ସ୍ଲୋଗାନ୍ ଦେଇଥିଲେ ।
ହଟ୍ଟଗୋଳ ଲାଗିରହିବାରୁ ବାଚସ୍ପତି ମାତ୍ର ୩ମିନିଟ୍ ପରେ ୧୧.୫୩ ରେ ଗୃହକୁ ୧୦ ମିନିଟ୍ ପାଇଁ ମୁଲତବୀ ରଖିଥିଲେ । ପୁଣି ୧୨.୩ରେ ଗୃହକାର୍ଯ୍ୟ ଆରମ୍ଭ ହେବାବେଳେ ବିରୋଧୀଦଳ ସଭ୍ୟମାନେ ପୁଣି ପୋଡିୟମ ଦାଖଲ କରିବାକୁ ଉଦ୍ୟମ କରିଥିଲେ ।
ବିରୋଧି ବିଧାୟକମାନେ ହଟ୍ଟଗୋଳ ଜାରି ରଖିବାରୁ ବାଚସ୍ପତି ଗୃହକୁ ୩ଟା ପର୍ଯ୍ୟନ୍ତ ମୁତଲବୀ
ଘୋଷଣା କରିଥିଲେ ।
ଓଡ଼ିଶା ଡ଼ଟ୍ କମ୍