Site icon Odisha.com

ଦିଲୀପ ତିର୍କୀ, ରବି ମହାପାତ୍ର ବିଜେଡ଼ି ରାଜ୍ୟସଭା ପ୍ରାର୍ଥୀ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୧୬(ଓଡ଼ିଶା ଡ଼ଟ୍ କମ୍) ଆସନ୍ତା ରାଜ୍ୟସଭା ନିର୍ବାଚନ ପାଇଁ ଶାସକ ବିଜୁ ଜନତା ଦଳ ଦୁଇ ଜଣ ପ୍ରାର୍ଥୀଙ୍କ ନାମ ଶୁକ୍ରବାର ଘୋଷଣା କରିଛି ।

ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲୀପ ତିର୍କୀ ଏବଂ ନୟାଗଡ଼ ବିଜେଡ଼ି ଜିଲ୍ଲା ସଭାପତି ରବି ମହାପାତ୍ର ନିର୍ବାଚନରେ ପ୍ରାର୍ଥୀ ହେବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି ।

ତେବେ ଆବଶ୍ୟକ ସଂଖ୍ୟକ ଭୋଟ୍ ନଥିବାରୁ ଦଳ ତୃତୀୟ ପ୍ରାର୍ଥୀ ଦେବେ ନାହିଁ ବୋଲି ସେ କହିଛନ୍ତି ।

ବିଜେଡ଼ି ରାଜ୍ୟସଭା ସଦସ୍ୟ କିଶୋର ମହାନ୍ତି, କଂଗେସର ସୁଶୀଳା ତିରିଆ ଏବଂ ବିଜେପିର ର୍ରୁଦ୍ର ପାଣିଙ୍କ କାର୍ଯ୍ୟକାଳ ଅପ୍ରେଲ ୨ରେ ଶେଷ ହେଉଥିବାରୁ ଏହି ଆସନ ଗୁଡ଼ିକରେ ୩୦ ତାରିଖରେ ନିର୍ବାଚନ ହେବ ।

ଓଡ଼ିଶା ଡ଼ଟ୍ କମ୍

Exit mobile version