ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ମାର୍ଚ୍ଚ ୧୬(ଓଡ଼ିଶା ଡ଼ଟ୍ କମ୍) ୨୦୧୨-୧୩ ଆର୍ଥିକ ବର୍ଷ ପାଇଁ ଶୁକ୍ରବାର ସଂସଦରେ ସାଧାରଣ ବଜେଟ୍ ଉପସ୍ଥାପନ ହୋଇଥିବା ବେଳେ ଏଥିରେ ଓଡ଼ିଶା ନିମନ୍ତେ କିଛି ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।
ଅନ୍ୟ ରାଜ୍ୟ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ଓଡ଼ିଶାର ହଜାର ହଜାର ଗରିବ ଲୋକଙ୍କ
ସ୍ୱାର୍ଥକୁ ପୁଣିଥରେ ଅଣଦେଖା କରାଯାଇଛି, ସେ କହିଛନ୍ତି । ଓଡ଼ିଶାର ବିକାଶ ହେବା ଭଳି କୌଣସି ବ୍ୟବସ୍ଥା ବଜେଟ୍ରେ ନାହିଁ ।
ବଜେଟ୍ରେ ମୁଦ୍ରାସ୍ତିତି ରୋକିବାକୁ କୌଣସି ବ୍ୟବସ୍ଥା କରାଯାଇ ନାହିଁ । ସାଧାରଣ ବଂଟନ ବ୍ୟବସ୍ଥା ଏବଂ ନୂତନ ଯୋଜନା ପାଇଁ ମଧ୍ୟ କୌଣସି ବ୍ୟବସ୍ଥା କରାଯାଇ ନାହିଁ ବୋଲି ନବୀନ କହିଛନ୍ତି ।
ଦେଶବାସୀଙ୍କ ଉପରେ ଅତିରିକ୍ତ ୪୫ ହଜାର କୋଟି ଟଙ୍କାର ଅତିରିକ୍ତ କର ବୋଝ ଲଦି ଦିଆଯାଇଛି, ସେ କହିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍