Site icon Odisha.com

ଚାରିବର୍ଷ ପାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୧୭(ଓଡ଼ିଶା ଡ଼ଟ୍ କମ୍) ୨୦୦୮ରୁ ୨୦୧୧ ପର୍ଯ୍ୟନ୍ତ ଚାରି ବର୍ଷ ପାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର ଏବଂ ଏକାଡ଼େମୀ ପକ୍ଷରୁ ପ୍ରଦାନ କରାଯାଉଥିବା ସର୍ବୋଚ୍ଚ ସମ୍ମାନ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ପୁରସ୍କାର ଘୋଷଣା କରଯାଇଛି ।

୨୦୦୮ ପାଇଁ ମଣିମାଳା ଦେବୀ, ୨୦୦୯ ପାଇଁ ପ୍ରଫୁଲ୍ଲ କର, ୨୦୧୦ ପାଇଁ ଡ଼.ପ୍ରିୟମ୍ବଦା ମହାନ୍ତି ହେଜମାଦୀ ଏବଂ ୨୦୧୧ ପାଇଁ ନାରାୟଣ ସିଂ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ।

ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ଶୁକ୍ରବାର କାର୍ଯ୍ୟକାରୀ ସମିତିରେ ନିଷ୍ପତି ନିଆଯାଇଛି ।

ଲୋକନାଟ୍ୟ ପାଇଁ ବାଲ ସିକ୍ଡର , ରଘୁନାଥ ପ୍ରଧାନ, ଲଡ଼ୁକିଶୋର ପାଣି ଓ ସୀମାଂଚଳ ମଣ୍ଡଳ
ଏହି ଚାରି ବର୍ଷ ପାଇଁ ଏକାଡ଼େମୀ ପୁରସ୍କାର ପାଇବାକୁ ଥିବା ବେଳେ ଅଭିନୟ ଓ ନିର୍ଦ୍ଦେଶନା ପାଇଁ ରାଜେନ୍ଦ୍ର କୁମାର ପଣ୍ଡା, ଧୀରେନ୍ଦ୍ରନାଥ ମଲ୍ଲିକ, ଅଜିତ ଦ।ସ ଓ କୋର ଆପଟ ପୁରସ୍କୃତ ହେବେ ।

ସେହିପରି ଯନ୍ତ୍ର ସଂଗୀତ ପାଇଁ ଗୁର ଧନେଶ୍ୱର ସ୍ୱାଇଁ, ପ୍ରଫୁଲ୍ଲ ବଳ, ନବୀନଚନ୍ଦ୍ର ବୋଷ ଓ ଦୟାନିଧି
ବେହେରା, ଗୀତି କବିତା ପାଇଁ ଅନ୍ତର୍ଯ୍ୟାମୀ ମିଶ୍ର, ଲାଲ ରତ୍ନାକର ସିଂହ, ନିମାଇଁ ଚରଣ ମହାନ୍ତି ଓ ସ୍ନେହଲତା ମହାନ୍ତି ପୁରସ୍କାର ପାଇବେ ।

ନାଟ୍ୟ ରଚନା ପାଇଁ କୁଞ୍ଜ ରାୟ, ଗୋପାଳ ଚନ୍ଦ୍ର ପଟ୍ଟନାୟକ, ପଂଚାନନ ମିଶ୍ର ଓ ମନ୍ମଥ ଶତପଥୀ,
ଓଡ଼ିଶୀ ନୃତ୍ୟ ପାଇଁ ଗୀତା ମାହାଲିକ, ଗୋବିନ୍ଦ ଚନ୍ଦ୍ର ପାଳ, ବିଜୟଲକ୍ଷ୍ମୀ ମହାନ୍ତି ଓ ନିରଞ୍ଜନ ରାଉତ ଏକାଡ଼େମୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ।

ନୃତ୍ୟ, ସଂଗୀତ ଓ ନାଟକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ବିଶିଷ୍ଟ ବ୍ୟକ୍ତିଙ୍କୁ ଏକାଡ଼େମୀ ପୁରସ୍କାର ପ୍ରଦାନ କରାଯିବ । କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ପୁରସ୍କାର ବାବଦକୁ ୫୦ ହଜାର ଟଙ୍କା ଓ ଏକାଡ଼େମୀ ପୁରସ୍କାର ପାଇଁ ନଗଦ ୨୫ ହଜାର ଟଙ୍କା, ତାମ୍ର ଫଳକ ପ୍ରଦାନ କରାଯିବ ।

ଓଡ଼ିଶା ଡ଼ଟ୍ କମ୍

Exit mobile version