• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଭୋକ ସହିନପାରି ସ୍କୁଲ ଛାତ୍ରଙ୍କ ଚୋରି, ତଦନ୍ତ ଦାବି

March 17, 2012 by admin

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ମାର୍ଚ୍ଚ ୧୭(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲାରେ ଏକ ଆଦିବାସୀ ଆବାସିକ ସ୍କୁଲ ତିନି ଜଣ ଛାତ୍ର ଭୋକ ସହିନପାରି ଚୋରି ଭଳି ଅପରାଧ କରିଥିବା ବେଳେ ଏହାର ତଦନ୍ତ ପାଇଁ ମାନବାଧିକାର କର୍ମୀମାନେ ଦାବି କରିଛନ୍ତି ।

ସିଦ୍ଧଳ ଗ୍ରାମରେ ଥିବା ମା’ ଅମ୍ବିକା ଅନୁସୂଚିତ ଜାତି ଓ ଜନଜାତି ଆବାସିକ ବିଦ୍ୟାଳୟରେ କଟକ, ଗଜପତି, ଯାଜପୁର, ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଅନୁଗୁଳ ଏବଂ ରାଜ୍ୟର ଅନ୍ୟ ସ୍ଥାନର ପ୍ରାୟ ୭୦୦ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି ।

ସ୍କୁଲରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବେଳେ ଛାତ୍ରଛାତ୍ରୀମାନେ ଏହାର ଛାତ୍ରାବାସରେ ରହନ୍ତି । ସ୍କୁଲର ତିନି ଜଣ ଛାତ୍ର ଶୁକ୍ରବାର ରାତିରେ ଏକ ଦୋକାନର ତାଲା ଭାଙ୍ଗି ଚୋରି କରୁଥିବା ବେଳେ ଲୋକମାନେ ସେମାନଙ୍କୁ ଧରିଥିଲେ ଏବଂ ଏକ ଧାରୁଆ ଅସ୍ତ୍ର ମଧ୍ୟ ଜବତ କରିଥିଲେ ।

ପରେ ଲୋକମାନେ ପଚରା ଉଚରା କରିବା ପରେ ସେମାନେ ଉକ୍ତ ସ୍କୁଲର ଛାତ୍ରମାନେ ବୋଲି ଜଣାପଡ଼ିଥିଲା । ଏମାନଙ୍କ ମଧ୍ୟରୁ ଦୁଇ ଜଣ ଷଷ୍ଠ ଶ୍ରେଣୀର ହୋଇଥିବା ବେଳେ ଅନ୍ୟ ଜଣେ ପଞ୍ଚମ ଶ୍ରେଣୀର ।

ତେବେ ଛାତ୍ରମାନେ ଦୋକାନରୁ କୌଣସି ସାମଗ୍ରୀ ଚୋରି କରିନାହାନ୍ତି କିନ୍ତୁ ଚୋରି କରିବାକୁ ଉଦ୍ୟମ କରୁଥିଲେ ବୋଲି ଦୋକାନୀ ପ୍ରଭାକର ବେହେରା କହିଛନ୍ତି ।

ପରେ ଗ୍ରାମବାସୀମାନେ ସ୍ଥାନୀୟ ଗ୍ରାମରକ୍ଷୀଙ୍କୁ ଏବିଷୟରେ ଜଣାଇବା ପରେ ପୋଲିସ ସଂପୃକ୍ତ ଛାତ୍ର ମାନଙ୍କୁ ପଚରାଉଚରା ପାଇଁ ଥାନାକୁ ନେଇଥିଲା ।

ସ୍କୁଲ କର୍ତୃପକ୍ଷ ଏମାନଙ୍କୁ ଯଥେଷ୍ଟ ପରିମାଣରେ ଖାଇବାକୁ ଦେଉନଥିବାରୁ ସେମାନେ ଦୋକାନରୁ ବିସ୍କୁଟ, ମିକ୍ସଚର ଚୋରି କରିବାକୁ ଆସିଥିଲେ ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।

ଛାତ୍ରଙ୍କୁ ଖାଇବାକୁ ଦିଆଯାଇନଥିବା ଅଭିଯୋଗ ମିଥ୍ୟା ଏବଂ ସେମାନେ କର୍ତୃପକ୍ଷଙ୍କ ଅଜାଣତରେ କିଭଳି ସ୍କୁଲରୁ ବାହାରକୁ ଯାଇଥିଲେ ସେସଂପର୍କରେ ତଦନ୍ତ କରୁଛୁ ବୋଲି ସ୍କୁଲର ସଂପାଦକ ଶ୍ରୀବତ୍ସ ସାମନ୍ତରାୟ କହିଛନ୍ତି ।

ଏସଂପର୍କରେ ଆମେ ଅଭିଯୋଗ ପାଇଛୁ ଏବଂ ସଂପୃକ୍ତ ଛାତ୍ର, ସ୍କୁଲ କର୍ତୃପକ୍ଷ ଏବଂ ପରିଚାଳନା କମିଟି ସହ ଆଲୋଚନା କରାଯିବ ବୋଲି ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶରତ କୁମାର ସାହୁ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଆଦିବାସୀ, ଜଗତସିଂହପୁର, ତଦନ୍ତ, ମାନବାଧିକାର କର୍ମୀ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version