Site icon Odisha.com

ବିରୋଧୀଙ୍କ ମୁଲତବୀ ପ୍ରସ୍ତାବ ନେଇ ହଟ୍ଟଗୋଳ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ମାର୍ଚ୍ଚ ୧୭(ଓଡ଼ିଶା ଡ଼ଟ୍ କମ୍) ବଜେଟ୍ ଅଧିବେଶନରଦ୍ୱିତୀୟ ପର୍ଯ୍ୟାୟର ଚତୁର୍ଥଦିନରେ ଶନିବାର ବିରୋଧୀଙ୍କ ଦ୍ୱାରାଆଗତ ମୁଲତବୀ ପ୍ରସ୍ତାବକୁ ନେଇ ହଟ୍ଟଗୋଳ ହୋଇଛି ।

ନାରୀ ନିର୍ଯାତନା ଏବଂ ଧର୍ଷଣ ବିଷୟ ନେଇ ବିରୋଧୀ କଂଗ୍ରେସ ମୁଲତବୀ ପ୍ରସ୍ତାବ ଆଗତ କରିଥିବା ବେଳେ ବାଚସ୍ପତି ଏହାକୁ ଅଗ୍ରାହ୍ୟ କରିେଇଥିଲେ ।

ଫଳରେ ଏହାକୁ ନେଇ ବିରୋଧୀ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ ।
ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ପରିଚାଳନାରେ ସମ୍ଭବ ନହେବାରୁ ବାଚସ୍ପତି ଗୃହକୁ ଦଶ ମିନିଟ୍ ପାଇଁ ମୁଲତବୀ ରଖିଥିଲେ ।

ପରେ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ମୁଲତବୀ ପ୍ରସ୍ତାବ ଉପରେ କାହିଁକି ଆଲୋଚନା ହୋଇପାରିବ ନାହିଁ ବୋଲି ବିରୋଧୀ ବିଧାୟକମାନେ ବାଚସ୍ପତିଙ୍କୁ ପଚାରିଥିଲେ ।

କୌଣସି ଘଟଣା ଉପରେ ବିଚାର ବିଭାଗୀୟ ତଦନ୍ତ ଚାଲିଥିଲେ ଏହା ଉପରେ ଗୃହରେ ଆଲୋଚନା କରାଯାଇ ପାରିବ ନାହିଁ ବୋଲି ବାଚସ୍ପତି କରିବାରୁ ବିରୋଧୀ କଂଗ୍ରେସ ବିଧାୟକମାନେ କକ୍ଷତ୍ୟାଗ କରିଥିଲେ ।

ମୁଲତବୀ ପ୍ରସ୍ତାବ ଆଣିବା ବିରୋଧୀଙ୍କ ଅଧିକାର ଏବଂ ସରକାର ଏଥିରୁ ବଂଚିତ କରୁଛନ୍ତି ବୋଲି ବିରୋଧୀ ଦଳ ନେତା ଭୂପିନ୍ଦର ସିଂହ କହିଥିଲେ । ବିରୋଧୀ ସଦସ୍ୟମାନେ ସର୍ବଳୀୟ ବୈଠକ
ଡ଼ାକିବାକୁ ।ବି କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version