• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଦୂରରେ ପରୀକ୍ଷା କେନ୍ଦ୍ର ଯୋଗୁଁ ପରୀକ୍ଷାର୍ଥୀଙ୍କ ଅସନ୍ତୋଷ

March 18, 2012 by admin

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ମାର୍ଚ୍ଚ ୧୮(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲାରେ ବିଭାଗୀୟ କର୍ତୃପକ୍ଷ ଏବଂ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କରି ସ୍କୁଲ ଠାରୁ ବହୁ ଦୂରରେ ପରୀକ୍ଷା କେନ୍ଦ୍ର କରାଯାଇଥିବାରୁ ମ୍ୟାଟ୍ରିକ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ଜିଲ୍ଲାର ୨୮୫ ହାଇସ୍କୁଲର ୧୮, ୩୧୮ ଜଣ ଛାତ୍ରଛାତ୍ରୀ ୭୧ଟି ପରୀକ୍ଷା କେନ୍ଦ୍ରରେ ସୋମବାର ହେବାକୁ ଥିବା ମ୍ୟାଟ୍ରିକ ପରୀକ୍ଷା ଦେବେ ।

ପରୀକ୍ଷା କେନ୍ଦ୍ର ବହୁତ ଦୂରରେ ହୋଇଥିବାରୁ ସେଠାକୁ ଯିବା ପାଇଁ ଅଧିକ ସମୟ ଲାଗିବ ଏବଂ ପରୀକ୍ଷା ଦେବାରେ ବାଧାପ୍ରାପ୍ତ ହେବ ବୋଲି ବିଭିନ୍ନ ହାଇସ୍କୁଲର ଛାତ୍ରଛାତ୍ରୀମାନେ କହିଛନ୍ତି ।

ସ୍କୁଲ ଠାରୁ ୪୦ କିମି ଦୂରରେ ପରୀକ୍ଷା କେନ୍ଦ୍ର କରାଯାଇଥିବାରୁ ଏହା ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରାଯାଇଛି ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି ।

ଯେଉଁ ସ୍ଥାନ ଗୁଡ଼ିକରେ ପରୀକ୍ଷା କେନ୍ଦ୍ର ୪୦ କିମି ଦୂରରେ ରହିଛି ସେଗୁଡ଼କ ପରିବର୍ତନ କରିବା ପାଇଁ ସେମାନେ ଜିଲ୍ଲାପାଳ ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗର ହସ୍ତକ୍ଷେପ ଲୋଡ଼ିଛନ୍ତି ।

ସରକାର ସ୍କୁଲ ଠାରୁ ୫/୧୦ କିମି ଦୂରରେ ପରୀକ୍ଷା କେନ୍ଦ୍ର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ
ତାହା କରାଯାଇ ନାହିଁ ବୋଲି ଜଣେ ଅଭିଭାବକ ସୁଦର୍ଶନ ସ୍ୱାଇଁ କହିଛନ୍ତି ।

ଭୌଗୋଳିକ ସ୍ଥିତି ଯୋଗୁଁ ୫ରୁ୧୦ କିମି ମଧ୍ୟରେ ପରୀକ୍ଷା କେନ୍ଦ୍ର କରିବା କଷ୍ଟକର କିନ୍ତୁ କେତେକ ସ୍କୁଲର କେନ୍ଦ୍ର ଏହି ଦୂରତା ମଧ୍ୟରେ କରାଯାଇଛି ବୋଲି ସ୍କୁଲ ସିଆଇ ପ୍ରଶାନ୍ତ କୁମାର ସ୍ୱାଇଁ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଜଗତସିଂହପୁର, ପରୀକ୍ଷା

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version