• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ବେଆଇନ୍ ନର୍ସିଂହୋମ ଉପରେ ଚଢାଉ, ତିନି ଡ଼ାକ୍ତର ଗିରଫ

March 18, 2012 by admin

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ମାର୍ଚ୍ଚ ୧୮(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ସହରର ଗୋଟିଏ ଗେଷ୍ଟ ହାଉସ ଭିତରେ ବେଆଇନ୍ ଭାବରେ ଚାଲୁଥିବା ଏକ ନର୍ସିଂ ହୋମ ଉପରେ ରବିବାର ପୋଲିସ ଚଢାଉ କରି ତିନି ଜଣ ଡ଼ାକ୍ତରଙ୍କୁ ଗିରଫ କରିଛି ।

ବାଇପାସ ଠାରେ ଗତ କିଛିମାସ ହେବ ଏଠାରେ ଆଖି ଅପରେସନ୍ କାର୍ଯ୍ୟ ରାଜ୍ୟ ବାହାରୁ ଡାକ୍ତରମାନେ ଆସି କରୁଥିଲେହେଁ କେହି ଜାଣି ପାରୁନଥିଲେ । ଚଢାଉ ପରେ ଉକ୍ତ ଗେଷ୍ଟ ହାଉସକୁ ସିଲ୍ କରିିଆଯାଇଛି ।

ଅକ୍ଷୟ ଦାସ ନାମକ ଜଣେ ଡାକ୍ତର ବାଇପାସ୍ ଠାରେ ଆଖି ଅପରେସନ୍ କରିବା ପାଇଁ ଗୋଟିଏ ଘର ଭଡା ନେଇ ରାଜ୍ୟ ବାହାରରୁ କିଛି ଡାକ୍ତରଙ୍କୁ ଆଣି ସେଠାରେ ଆଖି ଅପରେସନ୍ କରି ଜଣ ପିଛା ୫ ହଜାର ଟଙ୍କା ନେଉଥିଲେ ।

ଜଣାଶୁଣା ନିୟୁ କଳିଙ୍ଗ ଗେଷ୍ଟହାଉସରେ ଅପରେସନ୍ କାର୍ଯ୍ୟ ଲୁଚାଛପାରେ ଚାଲୁଥିଲା । କେବଳ ପୁରୁଷମାନେ ୨୪ ଘଣ୍ଟା ପାଇଁ ୫୦ଟଙ୍କା ଦେଇ ରହିପାରିବେ ବୋଲି ଏଠାରେ ସ୍ପଷ୍ଟ ଲେଖା ହୋଇଥିବାରୁ ଅପରେସନ୍ ବାବଦରେ କେହି ଜାଣିପାରୁନଥିଲେ ।

ତେବେ ସେହି ବାଇପାସ ଠାରେ ସରକାରୀ ଚକ୍ଷୁ ଚିକିତ୍ସାଳୟ କେନ୍ଦ୍ର ରହି ସେଠାରେ ରୋଗୀମାନେ ମାଗଣାରେ ଅପରେସନ୍ ହେଉଥିବାବେଳେ ଏଠାରେ ରୋଗୀ ପିଛା ୫ ହଜାର ଟଙ୍କା ନିଆଯାଉଥିବାରୁ ଏହା ଗଣମାଧ୍ୟମ ପ୍ରତିନିଧିଙ୍କ ନଜରକୁ ଆସିଥିଲା ।

ଏସଂପର୍କରେ ଏସ୍ପିଙ୍କୁ ଖବର ଦେବାରୁ ତାଙ୍କ ନିର୍ଦ୍ଦେଶରେ ପୋଲିସର ଏକ ଦଳ ଅତର୍କିତ ଭାବରେ ଗେଷ୍ଟହାଉସ ଉପରେ ଚଢାଉ କରିଥିଲେ ।

ଚଢାଉ ସମୟରେ ପୋଲିସ ନର୍ସିଂ ହୋମରେ ଥିବା ଡ଼ାକ୍ତରମାନଙ୍କୁ ଆବଶ୍ୟକୀୟ କାଗଜପତ୍ର ମାଗିଥିଲେ କିନ୍ତୁ ସେମାନେ ତାହା ଦେଖାଇପାରି ନଥିଲେ ।

ଏଠାରେ ଚିକିତ୍ସାଧିନ ଥିବା ରୋଗୀ ମାନଙ୍କୁ ସିଡିଏମ୍ଓଙ୍କ ପରାମର୍ଶରେ ରାଘବାନନ୍ଦ ଚକ୍ଷୁ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲା । ପରେ ପୋଲିସ ଗେଷ୍ଟହାଉସଟିକୁ ସିଲ୍ କରିଦେବା ସହ ଆବଶ୍ୟକୀୟ ଯନ୍ତ୍ରପାତି ଜବତ କରିଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଡ଼ାକ୍ତର, ନର୍ସିଂହୋମ, ଭଦ୍ରକ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version