Site icon Odisha.com

ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୧୯(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟସଭା ନିର୍ବାଚନ ପାଇଁ ମୋଟ୍ ସାତ ଜଣ ପ୍ରାର୍ଥୀ ସୋମବାର ବିଧାନସଭାରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ଦିଲୀପ ତିର୍କୀ ଏବଂ ରବି ମହାପାତ୍ର ବିଜେଡ଼ି ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ବିଜେଡ଼ି ସମର୍ଥନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ସମାଜସେବୀ ଏ.ଭି.ସ୍ୱାମୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ସ୍ୱାମୀଙ୍କୁ ଏନ୍ସିପିର ଚାରି ଜଣ ଏବଂ ବିଜେଡ଼ିର ଛଅ ଜଣ ବିଧାୟକ ସମର୍ଥନ କରିଛନ୍ତି । ସେହିପରି କୌଣସି ଦଳର ବିଧାୟକଙ୍କ ସମର୍ଥନ ନଥାଇ ଚାରିଜଣ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ତେବେ ବିଜେପି ଏହି ନିର୍ବାଚନରୁ ବିରତ ରହିବା ପାଇଁ କହିଥିବା ବେଳେ ଆବଶ୍ୟକ ସଂଖ୍ୟା ନଥିବାରୁ ପ୍ରାର୍ଥୀ ଦିଆଯାଇ ନାହିଁ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।

ଆସନ୍ତା ୩୦ ତାରିଖରେ ରାଜ୍ୟର ତିନୋଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ।

ଓଡ଼ିଶା ଡ଼ଟ୍ କମ୍

Exit mobile version