Site icon Odisha.com

ଅନ୍ୟ ଦୁଇ ମଧ୍ୟସ୍ଥିଙ୍କ ନାମ ପୁପାରିଶ ପାଇଁ ପ୍ରସ୍ତାବ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୨୦(ଓଡ଼ିଶା ଡ଼ଟ୍ କମ୍) ପର୍ଯ୍ୟଟକଙ୍କ ମୁକ୍ତି ନିମନ୍ତେ ମଧ୍ୟସ୍ଥତା କରିବା ପାଇଁ ନାରାୟଣ ସାନ୍ୟାଲ ଓ ବିଶ୍ୱପ୍ରିୟ କାନୁନ୍ଗୋଙ୍କ ବଳରେ ଅନ୍ୟ ଦୁଇ ମଧ୍ୟସ୍ଥିଙ୍କ ନାମ ପୁପାରିଶ କରିବାକୁ ସରକାର ମଙ୍ଗଳବାର ମାଓବାଦୀଙ୍କୁ ପ୍ରସ୍ତାବ ଦେଇଛନ୍ତି ।

ଗତକାଲି ମାଓବାଦୀମାନେ ସାନ୍ୟାଲ, ଣ୍ଡପାଣି ମହାନ୍ତି ଓ ବିଶ୍ୱପ୍ରିୟ କାନୁନ୍ଗୋଙ୍କ ନାମ ସୁପାରିସ କରିଥିଲେ । ସାନ୍ୟାଲ ଏବଂ ବିଶ୍ୱପ୍ରିୟଙ୍କ ମଧ୍ୟସ୍ଥତାକୁ ସରକାର ଗ୍ରହଣ କରିନାହାନ୍ତି ।

ସାନ୍ୟାଲ ବର୍ତମାନ ଛତିଶଗଡ଼ ଜେଲରେ ଆଜୀବନ କାରାଣ୍ଡ ଭୋଗୁଛନ୍ତି । ତେଣୁ ସେ ମଧ୍ୟସ୍ଥତା କରିବା ସମ୍ଭବନୁହେଁ ଏବଂ କାନୁନଗୋ ମାଓବାଦୀଙ୍କ ପକ୍ଷରୁମଧ୍ୟସ୍ଥତା କରିବାକୁ ରାଜି ନୁହନ୍ତି ବୋଲି ଗଣମାଧ୍ୟମ ରିପୋର୍ଟରୁ ଜଣାଯାଇଛି, ମୁଖ୍ୟମନ୍ତ୍ରୀ ବିଧାନସଭାରେ କହିଛନ୍ତି ।

ତେଣୁ ମାଓବାଦୀମାନେ ନାରାୟଣ ସାନ୍ୟାଲ ଓ ବିଶ୍ୱପ୍ରିୟଙ୍କ ପରିବର୍ତେ ଅନ୍ୟ ଦୁଇ ଜଣଙ୍କ ନାମ ସୁପାରିସ କରନ୍ତୁ । ଯେତେଶୀଘ୍ର ମାଓବାଦୀଙ୍କ ପକ୍ଷରୁ ମଧ୍ୟସ୍ଥ ଠିକ୍ କରାଯିବ ସେତେ ଶୀଘ୍ର ଆଲୋଚନା ଆରମ୍ଭ ହେବ ବୋଲି ସେ କହିଛନ୍ତି ।

ଏ ସଂପର୍କରେ ଏକ ବିବୃତି ଦେଇ ଦୁଇ ଇଟାଲୀୟ ପର୍ଯ୍ୟଟକଙ୍କୁ ଛାଡ଼ି ଦେବା ପାଇଁ ପୁଣି ଥରେ ମୁଖ୍ୟମନ୍ତ୍ରୀ ମାଓବାଦୀଙ୍କୁ ନିବେଦନ କରିଛନ୍ତି

ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଗୃହ ସଚିବ ଉପେନ୍ଦ୍ରନାଥ ବେହେରା , ପଞ୍ଚାୟତିରାଜ ସଚିବ
ପ୍ରଦୀପ ଜେନା ଏବଂ ତଫସିଲଭୁକ୍ତ ଜାତି ଓ ଜନଜାତି ସଚିବ ସନ୍ତୋଷ ଷଡଙ୍ଗୀ ମଧ୍ୟସ୍ଥତା କରିବେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version