Site icon Odisha.com

୧୮ ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବ୍ରହ୍ମପୁର, ମାର୍ଚ୍ଚ ୨୦(ଓଡ଼ିଶା ଡ଼ଟ୍ କମ୍) ଗଞ୍ଜାମ ଜିଲ୍ଲା ଚିକିଟି ବ୍ଳକ୍ ଅନ୍ତର୍ଗତ ବଇରିବାଡ଼ ଗ୍ରାମରେ ହୋଇଥିବା ବହୁଚର୍ଚ୍ଚିତ ହତ୍ୟା ମାମଲାର ଶୁଣାଣି କରି ମଙ୍ଗଳବାର ସ୍ଥାନୀୟ ଅଦାଲତ ୧୮ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

ଗଞ୍ଜାମ ଜିଲ୍ଲା ଦୌରାଜଜ୍ ମନୋଜ କୁମାର ପଣ୍ଡା ୧୧ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଅଭିଯୁକ୍ତ ମାନଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି ।

୨୦୧୦ ଜାନୁଆରୀ ୩ରେ ବଇରିବାଡ଼ ଗ୍ରାମରେ ଏକ ଭୋଜି ଚାଲିଥିବା ବେଳେ ରାତିରେ ପି. ନୀଳାମ୍ବର ନାମକ ଜଣେ ବ୍ୟକ୍ତିଙ୍କୁ କେତେକ ଲୋକ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ ଓ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଏନେଇ ଗୋଳନ୍ଥରା ଥାନା ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ୧୮ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ମାମଲାରେ ପୂର୍ବରୁ ହାଇକୋର୍ଟ ଅଭିଯୁକ୍ତ ପି. ହେରମ୍ବକୁ ସର୍ତମୂଳକ ଜାମିନ ପ୍ରଦାନ କରିଥିବା ବେଳେ ଗିରଫ ୧୭ଜଣ ଜେଲରେ ଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version