Site icon Odisha.com

ମେଘନାଦ ପାଚେରୀ ନିକଟରୁ ଜବରଦଖଲ ଉଚ୍ଛେଦ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ, ମାର୍ଚ୍ଚ ୨୦(ଓଡ଼ିଶା ଡ଼ଟ୍ କମ୍) ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମଙ୍ଗଳବାର ଶ୍ରୀମନ୍ଦିର ମେଘନାଦ ପାଚେରୀ ନିକଟରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଭାରତୀୟ ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ସଂସ୍ଥା ଓ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ଜବରଦଖଲ ଉଚ୍ଛେଦ କରାଯାଉଥିବା ବେଳେ ପାଚେରୀର ଦଶ ଫୁଟ୍ ମଧ୍ୟରେ ସମସ୍ତ ନିର୍ମାଣ କାର୍ଯ୍ୟ ଭଙ୍ଗାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି ।

ଶ୍ରୀମନ୍ଦିରର ସିଂହଦ୍ଵାର ଓ ମେଘନାଦ ପାଚେରୀ ଅସୁରକ୍ଷିତ ହୋଇପଡ଼ିଥିବା ନେଇ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟ ବଡ଼ଛତା ମଠର କିଛିଅଂଶ ଦୁଇମାସ ମଧ୍ୟରେ ଭାଙ୍ଗି ଦେବା ପାଇଁ ସୋମବାର ନିର୍ଦ୍ଦେଶ ଦେଇଥିଲେ ।

ଉଚ୍ଛେଦ କାର୍ଯ୍ୟ ସମୟରେ ମଠ ପ୍ରଶାସନ ସହଯୋଗ କରିବା ସହ ଏହି କାର୍ଯ୍ୟ ସମୟରେ ମଠ, ମେଘନାଦ ପାଚେରୀର ଯେପରି କୌଣସି କ୍ଷତି ନହେବ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version