Site icon Odisha.com

ଆଠଗଡ଼ ଉପ-ନିର୍ବାଚନରେ ରଣେନ୍ଦ୍ର ବିଜୟୀ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ମାର୍ଚ୍ଚ ୨୧(ଓଡ଼ିଶା ଡ଼ଟ୍ କମ୍) ଆଠଗଡ଼ ଉପ-ନିର୍ବାଚନରେ ଶାସକ ବିଜୁ ଜନତା ଦଳର ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଜୟୀ ହୋଇଛନ୍ତି ।

ସେ ତାଙ୍କ ନିକଟତମ ପ୍ରତି୍ୱନ୍ଦୀ କଂଗ୍ରେସ ପ୍ରାର୍ଥୀ ସୁରେଶ ମହାପାତ୍ରଙ୍କ ଠାରୁ ୪୦ ହଜାରରୁ ଅଧିକ  ଭୋଟ୍ରେ ବିଜୟୀ ହୋଇଛନ୍ତି ।

ନିର୍ବାଚନରେ ରଣେନ୍ଦ୍ରଙ୍କୁ ୮୬, ୬୦୪ଟି ଭୋଟ୍ ମିଳିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ସୁରେଶ ମହାପାତ୍ରଙ୍କୁ ୪୦, ୨୧୪ଟି ଭୋଟ୍ ଏବଂ ବିଜେପି ପ୍ରାର୍ଥୀ ବିକ୍ରମ ଦ।ସଙ୍କୁ ୨୪୫୨ଟି ଭୋଟ୍ ମିଳିଛି ।

ଗତ ୨୦୦୯ ସାଧାରଣ ନିର୍ବାଚନ ସମୟରେ ବିଜେଡ଼ି ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରାର୍ଥୀପତ୍ର ସହିତ ଳୀୟ ଟିକେଟ୍ର ମୂଳ କପି ପ୍ରଦାନ କରିନଥିବା ଦର୍ଶାଇ ଯାଂଚ ସମୟରେ ରିଟର୍ଣ୍ଣିଂ ଅଫିସର ତାଙ୍କ ପ୍ରାର୍ଥୀପତ୍ର ଖାରଜ କରିେଇଥିଲେ । ବିଜେଡ଼ି ସମର୍ଥନରେ ରମେଶ ରାଉତ ନିର୍ବାଚନରେ ବିଜୟୀ ହୋଇଥିଲେ ।

ଏହାକୁ ନେଇ ରଣେନ୍ଦ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଏବଂ ଗତ ୨୦୧୦ ଜୁନ୍ ୨୩ରେ ହାଇକୋର୍ଟ ଏହାର ଶୁଣାଣି କରି ରମେଶଙ୍କ ସଭ୍ୟ ପଦ ରଦ୍ଦ କରିବା ସହ ପୁନଃ ନିର୍ବାଚନ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଏହା ଉପରେ ରହିତାଦେଶ ଜାରି କରିବା ସହ ସୁପ୍ରିମକୋର୍ଟରେ ଆବେଦନ କରିବାକୁ ତାଙ୍କୁ ଦଶ ସପ୍ତାହ ସମୟ ଦେବା କୁ ରମେଶ ଜୁନ୍ ୨୪ରେ ହାଇକୋର୍ଟରେ ଆବେଦନ କରିଥିଲେ ।

ତେବେ ସାନି ନିର୍ବାଚନ ଉପରେ ରହିତାଦେଶ ଜାରି କରିବା ପାଇଁ କରାଯାଇଥିବା ଆବେଦନକୁ ହାଇକୋର୍ଟ ଗତ ଜୁନ୍ ୨୯ରେ ଖାରଜ କରିେଇଥିଲେ ।

ହାଇକୋର୍ଟଙ୍କ ଏହି ରାୟ ବିରୁଦ୍ଧରେ ରମେଶ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଏବଂ ଗତ ଡ଼ିସେମ୍ବର ୯ରେ ସୁପ୍ରିମକୋର୍ଟ ହାଇକୋର୍ଟ ରାୟକୁ କାଏମ ରଖିବା ସହ ପୁନଃ ନିର୍ବାଚନ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଗତ ୧୮ ତାରିଖରେ ଆଠଗଡ଼ରେ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version