• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ପ୍ରଶ୍ନପତ୍ର ଚୋରି ଯୋଗୁଁ ମ୍ୟାଟ୍ରିକ ପରୀକ୍ଷା ବାତିଲ

March 21, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୨୧(ଓଡ଼ିଶା ଡ଼ଟ୍ କମ୍) ପୁରୀ ଜିଲ୍ଲା ଏକ ସ୍କୁଲରେ ପ୍ରଶ୍ନପତ୍ର ଚୋରି ପରେ ମାଧ୍ୟମିକ ଶିକ୍ଷା ପରିଷଦ , ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗର ମିଳିତ ନିଷ୍ପତି କ୍ରମେ ବୁଧବାର ମ୍ୟାଟ୍ରିକ ପରୀକ୍ଷାକୁ ବାତିଲ କରିିଆଯାଇଛି ।

କେବଳ ଆରମ୍ଭରୁ ହୋଇଥିବା ସାହିତ୍ୟ ପରୀକ୍ଷା ବ୍ୟତୀତ ଅନ୍ୟ ସମସ୍ତ ବିଷୟ ପରୀକ୍ଷା ଘୁଂଚାଇ ଦିଆଯାଇଛି । ତେବେ ଏକ୍ସରେଗୁଲାର ଓ ମଧ୍ୟମା ପରୀକ୍ଷା ଜାରି ରହିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି ।

୨୦ଦିନମଧ୍ୟରେ ନୂଆ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ପଠାଯିବ ଏବଂ ନୂଆ ନୋଟିସ୍ ମାଧ୍ୟମରେ କେବେ ଏହି ପରୀକ୍ଷା ଅନୁଷ୍ଠିତ ହେବ ତାହା ପରୀକ୍ଷାର୍ଥୀଙ୍କୁ ଜଣାଇ ଦିଆଯିବ ।

ଏହାସହିତ ପରୀକ୍ଷା କାର୍ଯ୍ୟସୂଚୀରେ ମଧ୍ୟ ପରିବର୍ତନ କରାଯିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ  ପରୀକ୍ଷା ନିୟନ୍ତ୍ରଣ କମିଟି ବୈଠକରେ ସ୍ଥିର ହୋଇଛି ।

ଏହି ଘଟଣାରେ ଉକ୍ତ ପରୀକ୍ଷା କେନ୍ଦ୍ରର ଅଧିକ୍ଷକ ଏବଂ ଅନ୍ୟ ତିନି ଜଣ କର୍ମଚାରୀଙ୍କୁ ସରକାର ନିଲମ୍ବିତ କରିଛନ୍ତି ।

କାକଟପୁର ବ୍ଲକ ଅଧିନସ୍ଥ ବାଜପୁର ଭଗବତୀ ବିଦ୍ୟାପୀଠ କେନ୍ଦ୍ରରୁ ମଙ୍ଗଳବାର ରାତିରେ ରେଗୁଲାର ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ପ୍ରଶ୍ନପତ୍ର ଚୋରି ହୋଇଥିଲା ।

ଦୁର୍ବୃତମାନେ ସ୍କୁଲ ଆଲମାରୀ ଭାଙ୍ଗି ସେଥିରୁ ଗଣିତ, ଇଂରାଜୀ, ସଂସ୍କୃତ, ହିନ୍ଦୀ, ବିଜ୍ଞାନ-୧, ବିଜ୍ଞାନ-୨ ଏବଂ ଇତିହାସ ଭୂଗୋଳ ପ୍ରଶ୍ନପତ୍ର ଚୋରି କରି ନେଇଥିଲେ ।

ସାଇନ୍ଟିଫିକ୍ ଓ ଫରେନ୍ସିକ୍ ଟିମ୍ ସହାୟତାରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ପ୍ରଶ୍ନପତ୍ର ଚୋରି ଏବଂ ପରୀକ୍ଷା ବାତିଲକୁ ନେଇ ଛାତ୍ରଛାତ୍ରୀ ତଥା ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ପ୍ରଶ୍ନପତ୍ର ଚୋରି, ମ୍ୟାଟ୍ରିକ ପରୀକ୍ଷା

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version