Site icon Odisha.com

ଇ-ରେଜିଷ୍ଟ୍ରେସନ ପ୍ରଶିକ୍ଷଣ ସମ୍ପର୍କୀତ କର୍ମଶାଳା

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ମାର୍ଚ୍ଚ ୨୨(ଓଡ଼ିଶା ଡ଼ଟ୍ କମ୍) ଇ-ରେଜିଷ୍ଟ୍ରେସନ କାର୍ଯ୍ୟକ୍ରମକୁ ଅଧିକ ସରଳ,ଫଳପ୍ରଦ,ସ୍ୱଛ ଓ ଲୋକାଭିମୁଖୀ କରିବାପାଇଁ ଭଦ୍ରକ ଠାରେ ଗୁରୁବାର ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ମୟୁରଭଂଜ, କେନ୍ଦୁଝର, ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାର ସବ୍ ରେଜିଷ୍ଟାରଙ୍କ ସମେତ ସବ୍
ରେଜିଷ୍ଟାର କାର୍ଯ୍ୟାଳୟର ବହୁ କର୍ମଚାରୀ ଯୋଗ ଦେଇଥିଲେ ।

ଆଇଏଲଏଫଏସ ତରଫରୁ ମୁଖ୍ୟ ପରାମର୍ଶାତା ଡ଼.ସଂଗ୍ରାମ ଜେନାଙ୍କ ପୌରହିତ୍ୟରେ ଆରମ୍ଭ
ହୋଇଥିବା ପ୍ରଶିକ୍ଷଣ କର୍ମଶାଳାକୁ ସଂସ୍ଥା ତରଫରୁ ମନୋଜ ଗୋସ୍ୱାମୀ,ରାକେଶ ମାଝୀ,ଶୁଭାଶିଷ ପ୍ରଧାନ, ଶୁଭେନ୍ଦୁ ପୂଜାରୀ,ପ୍ରମୁଖ ପରିଚାଳନା କରିଥିଲେ ।

ଇ-ରେଜିଷ୍ଟ୍ରେସନ ପ୍ରଣାଳୀର ସୁଫଳ କିପରି ଲୋକମାନଙ୍କ ନିକଟରେ ପହଂଚି ପାରିବ ସେ ସଂପର୍କରେ
ଉପସ୍ଥିତ ବ୍ୟକ୍ତିମାନେ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version